ସ୍ବାସ୍ଥ୍ୟମନ୍ତ୍ରୀ ଆସନ୍ତା କାଲି ଉଦଘାଟନ କରିବେ ଅନେକ ପ୍ରକଳ୍ପ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆସନ୍ତା କାଲି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଝାରସୁଗୁଡ଼ା ଜିଲ୍ଲାରେ ଗୁଡ଼ିଏ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ତାଙ୍କର କାର୍ଯ୍ୟକ୍ରମର ସୂଚନା ଦିଆଯାଇଛି। 

ସୂଚନା ମୁତାବକ, ଆସନ୍ତା କାଲି ଅପରାହ୍ନ ୧.୦୦ ଟା ରେ ମାଲିମୁଣ୍ଡା ରାସ୍ତା,୩.୦୦ ଟା ରେ କୋଲାବିରା ହସ୍ପିଟାଲରେ ଆମ୍ବୁଲାନ୍ସ, ସେବା ଉଦଘାଟନର କାର୍ଯ୍ୟକ୍ରମ ରହିଥିବା ବେଳେ ୩.୩୦ ଟାରେ  ୱାର୍ଡ ନମ୍ବର ୯ ସ୍ଥିତ ଯାଜ୍ଞସେନି ହସ୍ପିଟାଲର ପାଖରେ ପରିଚୟ ଗୃହ, ୩.୪୫ଟା ରେ ୱାର୍ଡ ନମ୍ବର ୧୧ ଅନ୍ତର୍ଗତ ନୂଆପଡ଼ା ବେହେରାମାଲରେ ପରିଚୟ ଗୃହ,

୪.୦୦ ଟାରେ ୱାର୍ଡ ନମ୍ବର ୯ ଅନ୍ତର୍ଗତ ବିଦ୍ୟାନଗରରେ ପରିଚୟ ଗୃହ, ୪.୧୫ ଟା ରେ ୱାର୍ଡ ନମ୍ବର ୮ ଅନ୍ତର୍ଗତ ଝରିଆନାରରେ ପରିଚୟ ଗୃହ, ୪.୩୦ ୱାର୍ଡ ନମ୍ବର ୮ ଅନ୍ତର୍ଗତ ପଞ୍ଚପଡ଼ାରେ ପରିଚୟ ଗୃହ, ୫.୦୦ ଟାରେ ୱାର୍ଡ ନମ୍ବର ୭ ଅନ୍ତର୍ଗତ ବିଟିଏମରେ ପରିଚୟ ଗୃହ,୫.୩୦ ଟା ରେ ୱାର୍ଡ ନମ୍ବର ୧ ଅନ୍ତର୍ଗତ ସତନାମୀ ପଡ଼ାରେ ପରିଚୟ ଗୃହ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.