କପା ଚାଷ  ତାଲିମ ଶିବିର ଉଦଯାପିତ

0

ବୀରମହାରାଜପୁର(ବିନୋଦ ପାଣ୍ଡେ)  କପା ଚାଷ ଅମଳ ପରବର୍ତ୍ତୀ ଯତ୍ନ, ପରିବହନ ବିକ୍ରିବଟା ଶୀର୍ଷକ ତାଲିମ ଶିବିର କେଂଝେରିଆ ପାଲି ଗ୍ରମପଂଚ। ୟାତ୍ ଅମାତ ପାଲି ଗ୍ରାମରେ ଉଦଯାପିତ ହୋଇଯାଇଛି। ବୀରମହାରାପୁରରବ୍ଲକ୍ ସହକାରୀ କୃଷି ଅଧିକାରୀ କାଳନ୍ଦୀ ପରିଡ଼ା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କପା ବୈଷୟିକ ମିଶନ ରାଜ୍ୟ ଯୋଜନା ୨୦୨୦-୨୦୨୧ ବର୍ଷ ଅନୁଦାନରେ ଅନୁଷ୍ଠିତ ତାଲିମ ଶିବିର ରେ ସମ୍ବଲବ୍ୟକ୍ତି ଭାବରେ ଶ୍ରୀ ତୁଷାର ରଞ୍ଜନ ମିଶ୍ର ଉପ ପ୍ରକଳ୍ପ ନିର୍ଦ୍ଦେଶକ  ଆତ୍ମା ସୁବର୍ଣ୍ଣ ପୂର୍ର୍ ଯୋଗଦେଇ କପା କମୋଡ଼ିଟୀ ଆଗ୍ରହୀ ଦଳ ଗଠନ , ଅମଳ ପୂର୍ବ ଓ ପର କପାର ଯତ୍ନ, ଭାରତୀୟ କପା ନିଗମ୍ ଦ୍ଵାରା ଲମ୍ବ ତନ୍ତୁ ଯୁକ୍ତ କପା କ୍ରୟ ସମ୍ପର୍କରେ ଚାଷୀ ଙ୍କୁ ତାଲିମ ଦେଇଥିଲେ।ଯୁଗ୍ମ ମାନ ନିର୍ଧାରଣ ଅଧିକାରୀ ସୁଶ୍ରୀ ସ୍ମିତା ପଣ୍ଡା କପା ବିକ୍ରି ପାଇଁ କୃଷି କାର୍ଯ୍ୟାଳୟ ରେ କରା ଯାଉଥିବା ପଞ୍ଜିକରଣ, ଆର ଏମ ସି ର ଭୂମିକା ସମ୍ପର୍କରେ ଚାଷୀ ମାନଙ୍କୁ ଅବଗତ କରିଥିଲେ। ସ୍କିମ ଅଧିକାରୀ ଲଳିତ କୁମାର ସାହୁ ଅର୍ଥକାରୀ ଫସଲ ଧଳା ସୁନା କାପା ଚାଷ ରେ ଜୈବିକ ପ୍ରଣାଳୀରେ ଚାଷ କରିବା ସହ ସବୁଜ ସାର ପ୍ରୟୋଗ ଓ ଆବଶ୍ୟକ ମତେ କୃଷି ଅଧିକାରୀଙ୍କ ପରାମର୍ଶ କ୍ରମେ ଔଷଧ ଓ ସାର ପ୍ରୟୋଗ କରିବାକୁ ପରାମର୍ଶ  ଦେବା ସହ ଅନ୍ତ ଫସଲ ହରଡ,ଭେଣ୍ଡି, ମକା, ଗେଣ୍ଡୁ ଫୁଲ କରିବାକୁ ପରା ମର୍ଷ ଦେଇଥିଲେ। ଆତ୍ମା ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହକୁର ତାଲିମ ପରିଚାଳନା କରିଥିଲେ।ଆଗରୁ ପୁଲେଶ୍ୱର୍ , କେଂଝେରିଆ ପାଲି, ଆଡାଲ, ଚୌକା, ଜନକ ପୂର୍, ଫୁଲଚରା, କୁଡ଼ା ପଡ଼ା, ଜଟେ ସିଂହ।, ମୁଣ୍ଡିଦମକ ଆଦି ଗ୍ରାମରେ କପା ଚାଷ ତାଲିମ ହୋଇଥିଲା।ଗ୍ରାମ୍ୟ କୃଷି କର୍ମଚାରୀ ପ୍ରକାଶ ଚନ୍ଦ୍ର ଭୋଇ,ମନୋଜ ଅମାତ, ଭରତ କୁମ୍ଭାର, ସତ୍ୟବାନ୍ ଆଡ ବାଙ୍କ,କୃଷି ସହାୟକ ସୁମନ ମିଶ୍ର,ପ୍ରତୀକ ସେଠୀ ସହଯୋଗ କରିଥିଲେ। 

Leave A Reply

Your email address will not be published.