କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପରିଦର୍ଶନ କଲେ ଚିପିଲିମା ଅଞ୍ଚଳର ବିଭିନ୍ନ ପଶୁପାଲନ କେନ୍ଦ୍ର

0

      ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ଶନିବାର ଆଇ.ଆଇ.ଏମ୍ ସମ୍ବଲପୁର ର ଭୂମିପୂଜନ ଓ ଭିତ୍ତିପ୍ରସ୍ତ କାର୍ଯ୍ୟକ୍ରମ ରେ ସମ୍ବଲପୁର ଗସ୍ତରେ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ସେ ସେ ଧନକଉଡା ବ୍ଲକ ଅନ୍ତର୍ଗତ ବସନ୍ତପୁର ଠାରେ ଏକ ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଧନକଉଡା ବ୍ଲକ ଅନ୍ତର୍ଗତ ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ବସନ୍ତପୁର ଥରେ LLIN ମସାରି  ବଣ୍ଟନ ର କାର୍ଯ୍ୟକ୍ରମ ଥିଲା । 

କେନ୍ଦ୍ରମନ୍ତ୍ରୀ  ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସମ୍ବଲପୁର ସାଂସଦ  ନିତେଶ ଗଙ୍ଗଦେଵ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ  ଜୟ ନାରାୟଣ ମିଶ୍ର ରେଙ୍ଗାଲି ବିଧାୟକ  ନାଉରି ନାଏକ ଜିଲ୍ଲା ପରିଷଦ ଅଧ୍ୟକ୍ଷ  ରାଧେଶ୍ୟାମ ବାରିକ ଧନକାଉଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୀତା ଛୁରିଆ ଉପାଧ୍ୟକ୍ଷା ଶ୍ରୀମତୀ ସୁଷମା ସାହୁ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସଞ୍ଜୁକ୍ତା ପ୍ରଧାନ ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା.ରାଜକୁମାର ଦାଶ  ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ହିତାଧିକାରୀଙ୍କୁ  ଦୀର୍ଘସ୍ଥାୟୀ କୀଟନାଶକ ଔଷଧ ଉପଚାରିତ ମସାରୀ ବଣ୍ଟନ କରିଥିଲେ ।

 

Leave A Reply

Your email address will not be published.