ବଣ୍ଡାଘାଟି ର ଉନ୍ନୟନ କାର୍ଯ୍ୟ  ତଦାରଖ କଲେ ନୂତନ ଜିଲ୍ଲାପାଳ ।

0

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) : ଜିଲ୍ଲାପାଳ ୱାଇ. ବିଜୟ ଆଜି ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲାପରେ ପ୍ରଥମ ଥର ପାଇଁ ବଣ୍ଡାଘାଟି ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି । ମନ୍ଥରରେ ଚାଲିଥିବା ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ବିଭାଗର ଅଫିସରଙ୍କୁ ନିର୍ଦ୍ଧେଶ ଦେଇଥିଲେ। ମାସିକ ଉନ୍ନୟନ ସମୀକ୍ଷା ବୈଠକ ଗୁଡିକ ଯାହା ଜିଲ୍ଲା ସଦରମହକୁମାରେ  ହେଇଥିଲା ତାହା ବର୍ତ୍ତମାନ ଠାରୁ ପ୍ରତ୍ୟକ ବ୍ଲକର  ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।ତେଣୁ ଆଜି ପ୍ରଥମ ଥର ପାଇଁ ଏଭଳି ଏକନିଷ୍ପତି ନେଇ ବଣ୍ଡାଘାଟି ଅଞ୍ଚଳର ମୁଦୁଲିପଡା ଠାରେ ଏହି ସମୀକ୍ଷା କରାଯାଇଥିବା ଦେଖିବାକୁ ମିଳିଛି।

http://www.youtube.com/watch?v=4C7fV4z-Wc4 

ଏହି ସମୀକ୍ଷାରେ ଜିଲ୍ଲାର ସାତଟି ବ୍ଲକର ବିଡ଼ିଓ ମାନେ ଉପସ୍ଥିତ ଥିବା ସହ ବଣ୍ଡା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ, ଦିଡାଇର କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ଚିତ୍ରକୋଣ୍ଡା ବିଡ଼ିଓ ଲରୀମନ ଖରସଲ ଙ୍କ ଉପରେ ବର୍ଷିଥିଲେ କାରଣ ନିକଟ ଅତୀତରେ ହୋଇଥିବା ସ୍ୱାଭିମାନ ଅଂଚଳରେ କେନ୍ଦ୍ର ସରକାରଙ୍କ ପାଇଖାନା ଉପରେ ଦୁର୍ନୀତି ଏବଂ ଆବାସ ଯୋଜନାର କାର୍ଯ୍ୟରେ ଅନିୟମିତତା କୁ ନେଇ। ସେହିଭଳି ଦିଦାୟୀ ଓ ବିଡିଏ ର ମୁଖ୍ୟଙ୍କ ଉପରେ ମଧ୍ୟ ବର୍ଷିଥିଲେ ଜିଲ୍ଲାପାଳ । ଏଠି ବିକାଶ କେବଳ କାଗଜ କଲମ ରେ କରାଯାଇଛି କିନ୍ତୁ ଆଗକୁ ଏସବୁ କିପରି ନ ହେବ ଏବଂ ଏହି ଜନଜାତି ର ଲୋକେ କିଭଳି ଏଭଳି ଅସୁବିଧା ର ସମ୍ମୁଖୀନ ନ ହେବେ ତା ପ୍ରତି ଦୃଷ୍ଟି ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଏଭଳି ସମୀକ୍ଷା ଏବେ ପ୍ରତିମାସ ରେ ଅନ୍ୟ ଅନ୍ୟ ବ୍ଲକ ର ଅନ୍ୟ ଅନ୍ୟ ପଞ୍ଚାୟତ ରେ ହେବ ବୋଲି ଜିଲ୍ଳାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ସହ ପିଡ଼ି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ ଙ୍କ ସମେତ ଜିଲ୍ଲା ସ୍ତରୀୟ କିଛି ପଦାଧିକାରୀ ସେଠାରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.