ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ “ଡ୍ରାଏ ରନ୍” ଆରମ୍ଭ। 

0

ଝାରସୁଗୁଡ଼ା :(ଦେଶର ପ୍ରତ୍ୟେକ ରାଜ୍ୟରେ ଆଜି “ଡ୍ରାଏ ରନ” ବା ‘ଟୀକାକରଣ  ପ୍ରକ୍ରିୟାର ପ୍ରାକ ଅଭ୍ୟାସ’ ଆରମ୍ଭ ହୋଇଛି। ଓଡ଼ିଶାରେ ମଧ୍ୟ ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅନୁକ୍ରମରେ ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଟୀକାକରଣର ପ୍ରାକ ଅଭ୍ୟାସ ସିଡିଏମଓଙ୍କ ଉପସ୍ଥିତରେ ହୋଇଥିଲା। 

ଆଜିର ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଝାରସୁଗୁଡାର ୨୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏଥିରେ ସାମିଲ କରାଯାଇଥିଲା । ତେବେ ଆଗାମୀ ଦିନରେ ୪୫୯୨ ଜଣ ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧା ଏଥିରେ ସାମିଲ ହେବେ ବୋଲି ଝାରସୁଗୁଡ଼ା ସିଡିଏମଓ ସୂଚନା ଦେଇଛନ୍ତି ।ଏହାର ମୁଳ ଲକ୍ଷ୍ୟ ହେଉଛି ଟିକା ଦିଆଯିବା ସମୟରେ କଣ ସବୁ ସମସ୍ୟା ଦେଖାଦେବ ସେ ବିଷୟରେ ସଚେତନ ହେବା ଏବଂ ଠିକ ସମୟରେ ଏହି ସମସ୍ୟାକୁ ଦୂର କରିବା ।

Leave A Reply

Your email address will not be published.