ମୋ ସ୍କୁଲ ଅଭିଯାନର ସୁନ୍ଦର ପ୍ରଭାବ 

0 1

16-06-18-nila.jpg - 141.60 kB

ଖରା ଦିନର ସଦୁପଯୋଗ ପାଇଁ ବିନା ମୂଲ୍ୟରେ ପିଲାଙ୍କୁ ଶିକ୍ଷାଦାନ ।

ବିଜେପୁର, ନୀଳ ଦୀପ -ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ସମଗ୍ର ଓଡ଼ିଶାର ସମସ୍ତ ସ୍କୁଲରେ ଆୟୋଜନ କରାଯାଉଛି ।ଏଥିରେ ଓଡ଼ିଶା ସରକାର ଏକ ନାରା ଦେଇଛନ୍ତି “ଯେଉଁ ଅନୁଷ୍ଠାନ ମୋତେ ବଞ୍ଚିବାର ରାହା ଦେଖାଇଲା,ଜୀବନର ପ୍ରଥମ ସୋପାନରେ ହାତଧରି ଚାଲିବାର କୌଶଳ ଶିଖାଇଲା,ସେ ସେ ମୋ ସ୍କୁଲ ଆଜି ମୋତେ ହାତଠାରି ଡାକୁଛି ସହଯୋଗର ହାତ ବଢାଇବା ପାଇଁ ” । ପ୍ରକୄତରେ ଏହି ମର୍ମସ୍ପର୍ଶୀ ବାକ୍ୟକୁ ହୄଦୟର ସହିତ ଗ୍ରହଣ କରି କାମରେ ଦେଖାଇଛନ୍ତି ବିଜେପୁର ବ୍ଳକର ଯୋଖିପାଲି ଗ୍ରାମର ଯୁବଗୋଷ୍ଠୀ ।ସୂଚନାଯୋଗ୍ୟ ଖରାଦିନ ପିଲାମାନେ ପାଠପଢ଼ା ଠାରୁ ଦୂରେଇ ଯାଇ  ଗାଁ ଗଣ୍ଡା ବୁଲା ବୁଲିରେ ସମୟ ଅତିବାହିତ କରିଥାନ୍ତି ।ଫଲରେ ସ୍କୁଲ ଖୋଲିଲା ସମୟରେ  ପାଠପଢ଼ା ରୁ ଇଚ୍ଛା କମିଯାଏ । ତେଣୁ ପିଲାମାନଙ୍କ ପାଠପଢ଼ା କୁ ନିୟମିତ କରିବା ପାଇଁ ଯୁବ ଶିକ୍ଷକ ଦିବସ କୁମାର ସାହୁଙ୍କ ନେତୄତ୍ବରେ ଗ୍ରାମର ତାଲିକା ପ୍ରାପ୍ତ ଶିକ୍ଷକ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନେଇ ବିନା ପାରଶ୍ରମିକରେ ଶିକ୍ଷା ଦାନ କରାଯାଉଛି । ଯୋଖିପାଲି ପ୍ରାଥମିକ ବିଦ୍ୟାଳୟରେ ସକାଳ ୬ ଘଣ୍ଟା ରୁ ୯ ଘଣ୍ଟା ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦିଆଯାଉଛି ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ରିସପାଲ ସେଠ,ନରେନ୍ଦ୍ର ସାହୁ,ଉଆଧିନ ବରିହା,କମଳାକାନ୍ତ ବରିହା,ରୋହିଣିକାନ୍ତ ବରିହା,ପୁଷ୍ପାଞ୍ଜଳି ବରିହା,ଦେବବ୍ରତ ବରିହା,ଡ଼ଲି ଡ଼ନସନା,ସରିତା ବରିହା ଓ ଗ୍ରାମର ଯୁବ ସରପଞ୍ଚ ତୀର୍ଥବାସ ବରିହା  ପ୍ରମୁଖ ପୂର୍ଣ୍ଣ ମାତ୍ରାରେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.