ଖଲିଆପାଲି ପଞ୍ଚାୟତରେ ଗ୍ରାମ୍ୟ ଯୋଗାଯୋଗ କାର୍ଯ୍ୟକ୍ରମ

0 1

16-06-18-bauda.jpg - 93.60 kB

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ),୧୬ା୬ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ମମତା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଲୋକକଲ୍ୟାଣ ଯୋଜନା ସଂପର୍କରେ ଜନସଚେତନତା ସୃଷ୍ଟି ସହ ଏହାରି ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ରାଜ୍ୟର ୬୦ ଗୋଟି ବ୍ଲକର ୩୬୦ଟି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଥିବା ସହଭାଗି ଏବଂ ଗ୍ରାମ୍ୟ ଯୋଗାଯୋଗ କାର୍ଯ୍ୟକ୍ରମ କଣ୍ଟାମାଳ ବ୍ଳକ ଖଲିଆପାଲି ଗ୍ରାମ ପଞ୍ଚାୟତରେ ଗତକାଲି ଅନୁଷ୍ଠିତ  ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଖଲିଅପାଲି ସରପଞ୍ଚ  ସୁନିତା ମହାଲିଙ୍ଗ ସମ୍ମାନୀତ ଅତିଥିଭାବେ ନାଏକ ସରପଞ୍ଚ ହେମନ୍ତ ମଟାରି, କନିଷ୍ଠ  ଯନ୍ତ୍ରୀ କାହ୍ନୁଚରଣ ସ୍ୱାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହେମନ୍ତକୁମାର ନାଏକ, ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଦିବ୍ୟଶଙ୍କର ରାଉତ , ବ୍ଳକ ସଭାପତି ଧର୍ମେନ୍ଦ୍ର ରଣା, ପଞ୍ଚାୟତ ନିର୍ବାହୀ ଅଧିକାରୀ ନନ୍ଦିକିଶୋର ପଲିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ୱାର୍ଡ ସଭ୍ୟ ସଭ୍ୟା, ସ୍ୱଂୟ ସହାୟକ ଗୋଷ୍ଠୀ , ଅଙ୍ଗନବାଡି କର୍ମୀ, ଅଶା କର୍ମୀ ମାନଙ୍କୁ ନେଇ   ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିବା ବେଳେ ପଞ୍ଚାୟତ ପରିସରରେ ସଚେତନତା ସଭା ଅନୁଷ୍ଠିତ  ହୋଇ ଥିଲା ସଭାରେ ଅତିଥି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ଜନସଚେତନତା କରିବା ସହ ଏହାରି ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ କଳାସଂସ୍କୃତି ସଂଘ ମାଧ୍ୟମରେ ସଚେତନତା କରିବା ଏକ ବଳିଷ୍ଠ  ମାଧ୍ୟମ ବୋଲି କହିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କୀତ ବାର୍ତ୍ତା ପ୍ରଦାନ କରାଯାଇ ଥିଲା । ସଂପୃକ୍ତ ପଞ୍ଚାୟତର ସାମାଜିକ କର୍ମୀ ଗଣେଶ ସାହୁ , ଯୋଗାଣ ସହାୟକ ସୁରଥ ଗୁରୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.