ଭୁବନେଶ୍ୱର: ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ଆଇନ ଓ ସୂଚନା,-ଲୋକମସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାତା ସରସ୍ୱତୀ ଜେନାଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି | ବାର୍ଦ୍ଧକ୍ୟ ଜନିତ ରୋଗରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି | ଦୀର୍ଘଦିନ ଧରି ସେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ | ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିିଲା। ଶ୍ରୀମତୀ ଜେନାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ରାଜନେତା, ବୁଦ୍ଧିଜୀବୀ ଡାକ୍ତରଖାନାରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।
