” ସରକାରୀ ସ୍କୁଲର ବିଦ୍ୟାର୍ଥୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରଂକ୍ଷଣ ବ୍ୟବସ୍ଥା ଐତିହାସିକ “

0 1

http://www.youtube.com/watch?v=p5541zq55sY 

ସ୍ୱାଗତ କଲା  ଉତ୍କଳ ବିଶ୍ୱବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ୱର(ଶାସକ ପ୍ରଶାସକ) ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ ଏକ ଐତିହାସିକ ପଦକ୍ଷେପ । ଏହି ପ୍ରସ୍ତାବକୁ ମଞୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀମାନେ ହାତରେ ପ୍ଲା କାର୍ଡ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି  ଯୁଗାନ୍ତକାରୀ ପଦକ୍ଷେପକୁ  ସ୍ୱାଗତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।ଏହି ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେଶରାଜ  ସ୍ୱାଇଁ, ବରିଷ୍ଠ ଉପସଭାପତି ସ୍ୱାଗତିକା ମହାନ୍ତି , ସାଧାରଣ ସମ୍ପାଦକ ଅରୂପ ଶ୍ରୀଚନ୍ଦନ,  ସମ୍ପାଦକ ରଶ୍ମିରଞ୍ଜନ  ପରିଡା , ସମ୍ପାଦିକା ଶୁଚିସ୍ମିତା  ବେହେରା , ସମ୍ପାଦିକା ସିମରନ୍ ସିଂ ରାଜପୁତ ଏବଂ ଛାତ୍ର ନେତା ମନୋରଞନ ସ୍ୱାଇଁ  , ବସନ୍ତ ଦାସ ,ସନ୍ତୋଷ ମାଝୀ , ବିକାଶ ସାହୁ , ଶଚ୍ଚିକାନ୍ତ ସାହୁ , ଶାସ୍ୱତୀ ମିଶ୍ର , ସୈାମ୍ୟ ରଞନ ଦାସ , ସୀତାକାନ୍ତ ମିଶ୍ର ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.