କଂଗ୍ରେସ ଦଳର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ। 

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶସାରା ଆଜି କଂଗ୍ରେସ ଦଳ ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଉପଲକ୍ଷେ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ଦିବସକୁ ଉତ୍ସାହର ସହିତ ପାଳନ କରିଥିଲେ କଂଗ୍ରେସ କର୍ମୀମାନେ। ଝାରସୁଗୁଡ଼ାର କଂଗ୍ରେସ ଭବନଠାରେ ମଧ୍ୟ ଜିଲ୍ଲା ସଭାପତି ଭରତ ଅୱସ୍ତିଙ୍କ ନେତୃତ୍ୱରେ ପାଳନ କରାଯାଇଛି। 

ସୂଚନା ଅନୁଯାୟୀ, ସର୍ବପ୍ରଥମେ କଂଗ୍ରେସ ଭବନରୁ ଏକ ତ୍ରିରଙ୍ଗା ପତାକା ପଦଯାତ୍ରା ବାହାର କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ କଂଗ୍ରେସ ଭବନଠାରେ ଦଳୀୟ ପତାକା ଉତ୍ତୋଳନ କରି କିସାନ ଆନ୍ଦୋଳନରେ ଶହୀଦ ହୋଇଥିବା ଚାଷୀମାନଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ମହେନ୍ଦ୍ର ନାୟକ ଏହି ଅବସରରେ କେନ୍ଦ୍ର ସରକାରଙ୍କ ତିନୋଟି ଆଇନକୁ  ସଦନର ଯୁଗ୍ମ ଅଧିବେଶନ ଡାକି ବାତିଲ କରିବାକୁ ଦାବି କରିଥିଲେ। କଂଗ୍ରେସର ୧୩୬ ବର୍ଷ ପୁରୁଣା ଇତିହାସ ଓ ଦେଶକୁ ଗଠନ କରିବାରେ ଦଳର ଅବଦାନକୁ ସ୍ମରଣ କରାଇଥିଲେ ପୁରୁଖା କଂଗ୍ରେସକର୍ମୀ।

ଆଜିର ଏହି ସଭାରେ ବ୍ରଜରାଜନଗର ଟାଉନ କଂଗ୍ରେସର ପୂର୍ବତନ ସଭାପତି ପ୍ରମୋଦ ପଣ୍ଡା, ଲଇକେରା ବ୍ଲକ କଂଗ୍ରେସର  ପୂର୍ବତନ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ଭୋଇ, ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ତିନିଥର କାଉନସିଲର ଭାବରେ ନିର୍ବାଚିତ ହୋଇଥିବା ଫକୀର ନାଏକ, ବରିଷ୍ଠ ଆଇନଜୀବୀ ଓ କଂଗ୍ରେସ କର୍ମୀ ପ୍ରଶାନ୍ତ ତ୍ରିପାଠୀ ଓ ସିଆରାମ ଦାସ, ବେଲପାହାଡ଼ ଟାଉନ କଂଗ୍ରେସର ପୂର୍ବତନ ସଭାପତି ବୁଲୁ ପଣ୍ଡା, ସୁବ୍ରତ ପ୍ରଧାନ, ସଞ୍ଜୟ ମହାପାତ୍ର, ଶାହରୁଖ ଖାନ, ରାହୁଲ ଠାକୁର, ସନ୍ତୋଷ ବଡ଼ପଣ୍ଡା, ନିଖିଲ ଘୋଷ, ମନୀଷ ବାଜପେୟୀ, ବରୁଣ ଓଡାକା,ରାଜେଶ ସହିସ,ଗୁଡ୍ଡୁ ଦାସ, ଆଇଏନଟିୟୁସି ଯୁବ ଜିଲ୍ଲା ସଭାପତି ମହେନ୍ଦ୍ର ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ପ୍ରଦୀପ୍ତା ପାତ୍ର  ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.