ମାଲକାନଗିରି ବନାଞ୍ଚଳ ଦ୍ୱାରା ଗୁରୁତର ଆହତ ହେଟାବାଘ ଉଦ୍ଧାର ।

0 1

ମାଲକାନଗିରି ଜିଲ୍ଲା(ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ବନାଞ୍ଚାଳ ନିକଟସ୍ଥ ଏମଭି-୧୩ ପାର୍ଶ୍ବରେ ଥିବା ଦରିଗୁଡା ଗ୍ରାମ ନିକଟରେ ଆଜି ବନାଞ୍ଚଳ କର୍ମଚାରୀମାନେ ଏକ ହେଟା ବାଘକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି  । ଗତ ରାତିରେ ହେଟା ବାଘଟି ଖାଦ୍ଯ ଅନ୍ବେଷଣରେ ଜଙ୍ଗଲରେ ବିଚରଣ କରୁଥିବା ବେଳେ ଦରିଗୁଡା ଗ୍ରାମ ନିକଟସ୍ଥ ଏକ ସିମେଣ୍ଟ ନିର୍ମିତ ଗର୍ତ୍ତରେ ପଡି ଯାଇଥିଲା । ବୟସାଧିକ୍ଯ ହେତୁ ହେଟା ବାଘଟି ସାରା ରାତି ଉଠିବାକୁ ଆପ୍ରାଣ ଉଦ୍ଯମ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ସିମେଣ୍ଟ କାନ୍ଥରେ ବାରମ୍ବାର ଧକ୍କା ଖୀଇ ଆହାତ ହୋଇ ଗର୍ତ୍ତରେ ପଡି ରହିଥିଲା ।

ସକାଳେ ଗ୍ରାମବାସୀମାନେ ହେଟା ବାଘକୁ ଦେଖି ମାଲକାନଗିରି ବନ ବିଭାଗକୁ ସୂଚନା ପ୍ରଦାନ କରିଥିଲେ । ଫଳରେ ଘଟଣାସ୍ଥଳରେ ବନ କର୍ମଚାରୀମାନେ ପହଞ୍ଚି ଜାଲ ବିଛାଇ ହେଟା ବାଘକୁ ଉଦ୍ଧାର କରିଥିଲେ । ହେଟା ବାଘଟି ଆହାତ ଥିବାରୁ ମାଲକାନଗିରିରୁ ପଶୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଥିବା ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ପ୍ରକାଶ କରିଛନ୍ତି । ଏହି ଉଦ୍ଧାର କାର୍ଯ୍ଯରେ ଫରେଷ୍ଟର ମୁରଲୀଧର ଅନଗୁଳିଆ, ମୋହନ ଗୁଡିଆ, ରାଜେଶ କୁମାର ସେଠୀ, ସୁଧୀର କୁମାର ମୁର୍ମୁ, ସୁରେନ୍ଦ୍ର କୁମାର ଦିହୁଡି, ସଚିଦା ନନ୍ଦ ଜେନା, ମନତୋଷ ଦେଏ, ରବି ଖଣ୍ଡୁଆଳ, ଦୀପ୍ତି ରଂଜନ ନାୟକ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।  

Leave A Reply

Your email address will not be published.