ବାଲେଶ୍ୱର ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି ଏବଂ ଏସ୍.ଟି.ପି.ଆଇ. କେନ୍ଦ୍ର ଅଗ୍ରଗତି ସମୀକ୍ଷା କଲେ  ମନ୍ତ୍ରୀ ତୁଷାରକାନ୍ତି 

0

ଭୁବନେଶ୍ୱର(ଶାସକ ପ୍ରଶାସକ) ;  ଇଲେକ୍ଟ୍ରୋନିକ୍ସ , ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବାଲେଶ୍ୱର ଜିଲ୍ଲା ଗସ୍ତ କରି କ୍ରୀଡ଼ା ଭିତ୍ତିଭୂମି ସହିତ ଏସ.ଟି.ପି.ଆଇ. କେନ୍ଦ୍ରର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।

୨୭ ତାରିଖ ଅପରାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ସର୍କିଟ୍ ହାଉସଠାରେ  ବାଲେଶ୍ୱର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଜିଲ୍ଲା କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ନେଇ ଆଲୋଚନା କରିଥିଲେ  । ସେହିପରି ମନ୍ତ୍ରୀ ଶ୍ରୀ ବେହେରା ୨୮ ତାରିଖ ପୂର୍ବାହ୍ନରେ ବାଲେଶ୍ୱର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା ଏବଂ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହିତ ଆଗାମୀ ଦିନରେ କ୍ରୀଡ଼ାର ସମ୍ଭାବ୍ୟ ବିଷୟରେ ଆଲୋଚନା କରିବା ସହ ପରମିଟ ଓ ଚାନ୍ଦମାରୀ ପଡ଼ିଆ ଏବଂ ରେମୁଣା ବ୍ଳକସ୍ଥିତ ନରହରିପୁର ପଡ଼ିଆ ବୁଲି ଦେଖିଥିଲେ  ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାର ବିକାଶ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାର ସଫଳ ରୂପାୟନ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ  । ପରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ଏସ୍.ଟି.ପି.ଆଇ. କେନ୍ଦ୍ର ବୁଲି ଦେଖିବା  ସହ ଆଇଟି ଭିତ୍ତିଭୂମି ଓ ନିଯୁକ୍ତି ସୁଯୋଗ ନେଇ ଆଇଟି କମ୍ପାନୀମାନଙ୍କ ସହ ଆଲୋଚନା କରିଥିଲୋ 

 

Leave A Reply

Your email address will not be published.