ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସାମ୍ୟବାଦୀ ନେତା କମ୍ରେଡ ପ୍ରସନ୍ନ ପଣ୍ଡାଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସାମ୍ୟବାଦୀ ଚିନ୍ତାଧାରାର ବାହକ ଓ ନେତା କମ୍ରେଡ ପ୍ରସନ୍ନ ପଣ୍ଡାଙ୍କର ୨୩ତମ ଶ୍ରାଦ୍ଧବାର୍ଷିକୀ ଆଜି ଝାରସୁଗୁଡ଼ାର ପ୍ରସନ୍ନ ପଣ୍ଡା ଛକଠାରେ ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ କମ୍ରେଡ ଅନୀଥ ଚକ୍ରବର୍ତ୍ତୀ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କମ୍ରେଡ ପ୍ରସନ୍ନ ପଣ୍ଡା ସ୍ମୃତି କମିଟି। 

ପ୍ରଥମେ ବରିଷ୍ଠ ସାମ୍ୟବାଦୀ ନେତା କମ୍ରେଡ ଅଶୋକ ଦାସ ଶ୍ରୀ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ମୁଖ୍ୟ ଅତିିଥି ଭାବରେ ଶ୍ରୀ ପ୍ରଦୀପ୍ତ ସାହୁ, ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇ ଶ୍ରଦ୍ଧାଞ୍ଜଳିି ଅପର୍ଣ କରିିଥିଲେ।ଏହି ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇ ପଶ୍ଚିମ ଓଡ଼ିଶାରେ କମ୍ରେଡ ପଣ୍ଡାଙ୍କ ସାମ୍ୟବାଦୀ ଚିନ୍ତାଧାରାରେ ଅବଦାନ, ହୀରାକୁଦ ନଦୀବନ୍ଧ ମରାମତି ବେଳେ ବୁଡ଼ି ଅଞ୍ଚଳର ଲୋକଙ୍କ ହକ ପାଇଁ ତାଙ୍କର ନିରନ୍ତର ଓ ଅକ୍ଲାନ୍ତ ପରିଶ୍ରମକୁ ସ୍ମରଣ କରାଯାଇଥିଲା। ଉକ୍ତ ସଭାରେ  କ୍ଷୀରୋଦ ସିଂ ଦେଓ, ସାରଙ୍ଗଧର ମିଶ୍ର, ରତ୍ନାକର ପ୍ରଧାନ,ରକ୍ଷାକର ଅନୁପମ, ଦେବାନନ୍ଦ ବାରିିକ,ସତ୍ୟ ନାରାୟନ ରାଓ,ପ୍ରଶାନ୍ତ ତ୍ରୀପାଠୀ, ଗୌରୀ ପାତ୍ର ସହିିତ ସମସ୍ତ ବକ୍ତା  କମ୍ରେ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳିି ଦେଇ ତାଙ୍କ ଜୀବନୀକୁ ନେଇ ସ୍ମୃତିିଚାରଣ କରିିଥିଲେ। ସ୍ମୃତି କମିଟିର ଆବାହକ କମ୍ରେଡ ବିଜୟ ଦାସ ସ୍ମୃତିି ସଭାର ଉଦ୍ଦେଶ୍ୟ ତଥା କମ୍ରେଡ ପଣ୍ଡାଙ୍କ ଜୀବନୀ ଉପରେ ଆଲୋକପାତ କରିିଥିଲେ। ସଭାରେ ହରିିଆ ସାହୁ,ମାନବ ଘୋଷ,ମନୀଷ ବାଜପେୟୀ,ବିଜୟ ବାଜପେୟୀ ଓ ଫକିିର ନାୟକ,ସହଜାଦ ବାଦସାହ,ଗୋପୀନାଥ ମିଶ୍ର ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହାପରେ ସ୍ମୃତିିକମିଟି ତରଫରୁ ଜନ୍ମତିିଥିକୁ ପାଳନ କରାଯିବାର ମଧ୍ୟ ଘୋଷଣା କରାଗଲା ଓ ଶେଷରେ ଅଜିତ ରଥ ଧନ୍ୟବାଦ ଅପର୍ଣ କରିିଥିଲେ।

Leave A Reply

Your email address will not be published.