ଝାରସୁଗୁଡ଼ାରେ ପାଳିତ ହେଲା ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ରାଜ୍ୟସାରା ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କିପରି ରାଜ୍ୟର ବିକାଶ ହୋଇ ଚାଲିଛି, ସେ ବିଷୟରେ ମନ୍ତ୍ରୀ ବେଶ ପ୍ରଶଂସା କରିଥିଲେ। 

ନିଜ ନିର୍ବାଚନ ମଣ୍ଡଳୀର କର୍ମୀଙ୍କୁ ଉତ୍ସାହିତ କରିବାକୁ ଯାଇ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ବିଜୁବାବୁଙ୍କ  ସ୍ବପ୍ନର ଓଡ଼ିଶାର ନିର୍ମାଣ ପାଇଁ ବିଜୁ ଜନତା ଦଳ ସର୍ବଦା ଚେଷ୍ଟିତ। ତାଙ୍କରି ସ୍ବପ୍ନ ପୂର୍ଣ୍ଣ କରିବାର ପ୍ରଚେଷ୍ଟା ଯୋଗୁଁ ଆଜି ଓଡ଼ିଶା ସ୍ବଚ୍ଛ, ଶକ୍ତ ଓ ଶୃଙ୍ଖଳିତ ହୋଇ ପାରିଛି ବୋଲି ସେ କହିଛନ୍ତି। ନବୀନ ପଟ୍ଟନାୟକ ୫ ଥର ସରକାର ଗଠନ କରି ନିଜର ଲୋକପ୍ରିୟତାଓ ଦକ୍ଷତାର ପରିଚୟ ଦେଇଛନ୍ତି। ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବାକୁ ସେ ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଆଜି ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁହଁରେ ହସ ଫୁଟାଇ ନବୀନ ପଟ୍ଟନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବପ୍ନ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଥିଲେ।  ଏହି ଅବସରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସନ୍ଦିପ ଅବସ୍ତି, ତାପସ ରାୟ ଚୌଧୁରୀ, ପିଂଟୁ ପାଢୀ, ତ୍ରିନାଥ ଗୋଏଲ, ରବି ସିଂ, ହରିଶ ଗଣତ୍ରା, ତ୍ରିନାଥ ଗୁଆଲ, ବେଣୁ ଗୋପାଲ ପାଣିଗ୍ରାହୀ, ପ୍ରତାପ ନନ୍ଦ, ଜୟ ପ୍ରକାଶ କୁଅଁର, ତୁଳସୀ ଦାସ, ଜୟ କୁମାରୀ ପଟେଲ, ସୁକାନ୍ତି ଜୟପୁରିଆ, ଗୋବିନ୍ଦ ସିଙ୍ଘାନିଆ, ପ୍ରଶାନ୍ତ ଜେନା ପ୍ରମୁଖଙ୍କ ସହ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.