ଝାରବନ୍ଧ(ମନୋହର ଦାସ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଛତିଶଗଡ଼ ସୀମାନ୍ତ ଛୋଟ ଅନକି ଗ୍ରାମର ଖେଳ ପଡ଼ିଆରେ ପୋଲିସ ର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ଥାନା ଅଧିକାରୀ ଠାକୁରପ୍ରସାଦ ମୁର୍ମୁ,ଏ.ଏସ.ଆଇ ବିନୋଦ କନ୍ଦେର ,ଏ.ଏସ.ଆଇ ଦୀପକ ବାରିକ ଛୋଟ ଅନକି ପଞ୍ଚାୟତ ସରପଞ୍ଚ ଉର୍ମିଳା କନ୍ଧ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସର ରେ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରଯାଇଥିଲା।ଶିବିରର ତତ୍ୱାବଧାରକ ଭାବେ ସତ୍ୟମ ପଧାନ,ସତ୍ୟଭୂଷଣ ସାହୁ,ରାମକୃଷ୍ଣ ପ୍ରଧାନ,ଜୟକୁମାର ପ୍ରଧାନ ସ୍ୱାସ୍ଥ୍ୟ ବିଭାଗ ର ଡାକ୍ତର ସୁଶୀଲ କୁମାର ନାୟକ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରି ଦାୟୀତ୍ୱ ତୁଲାଇଥିଲେ। ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଆବଶ୍ୟକ ବୋଲି ଥାନା ଅଧିକାରୀ ଶ୍ରୀ ମୁର୍ମୁ କହିଥିଲେ।ଏହି ଅବଶର ରେ ଗ୍ରାମର ଗରିବ ଓ ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଜନସାଧାରଣଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟଉପକରଣ ଓ ଯୁବ ଗୋଷ୍ଠୀ ଙ୍କୁ କ୍ରୀଡା ଉପକରଣ, ଏବଂ ବାଦ୍ୟ ଯନ୍ତ୍ର ବଣ୍ଟନ କରାଯାଇଥିଲା। ଅନୁଷ୍ଠିତ ଶିବିରରେ କର୍ମା ସମ୍ପ୍ରଦା ,କୀର୍ତ୍ତନ ଆଦି ଦଳକୁ ନେଇ ସଂସ୍କୃତି କ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ କୁ ଅଞ୍ଚଳରେ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ ଯେ ଓଡିଶା ଛତିଶଗଡ ସୀମା ଏହି ଗ୍ରାମ ପଞ୍ଚାୟତର ଜଙ୍ଗଲ ରାସ୍ତାରେ ମାଓବାଦୀ ମାନେ ଯିବା ଆସିବା କରୁଥିବାରୁ ଜନସାଧାରଣ ଭୟରେ ଜୀବନଯାପନ କରିଥାନ୍ତି | କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟି ନାହିଁ ! ତଥାପି ପୁଲିସ ପ୍ରତି ଆସ୍ଥା ପ୍ରକଟ ପାଇଁ ଏଠାରେ ଜନସମ୍ପର୍କ ଶିବିର ଆୟୋଜନ କରାଯାଇଛି !
Sign in
Sign in
Recover your password.
A password will be e-mailed to you.
Prev Post
Next Post