ଝାରସୁଗୁଡ଼ା ନୂତନ ସିଡିଏମଓଙ୍କୁ ସ୍ବାଗତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)  ଝାରସୁଗୁଡ଼ା ଜିଲ୍ଲାର ନୂତନ ମୂଖ୍ୟ ଚିକିତ୍ସାଧିକାରୀ ଭାବରେ ଯୋଗଦାନ କରିଛନ୍ତି ଡାକ୍ତର ଅରୁଣ କୁମାର ପାତ୍ର। ଏହା ପୂର୍ବରୁ ସିଡିଏମଓ ଭାବରେ କାର୍ଯ୍ୟ କରୁଥିବା ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ ବଦଳି ହୋଇ ରାଉରକେଲାକୁ ଯିବେ। ନୂତନ ଭାବରେ ଯୋଗଦାନ କରିଥିବା ଶ୍ରୀ ପାତ୍ରଙ୍କୁ ପୁଷ୍ପତୋଡ଼ା ଦେଇ ସ୍ବାଗତ କରି ଶ୍ରୀ ବାରିକ କହିଛନ୍ତି ଯେ ଝାରସୁଗୁଡ଼ାର ସ୍ବାସ୍ଥ୍ୟସେବା ଯହିଁ ଗୋଟିଏ ପକ୍ଷରେ ଶ୍ରୀ ପାତ୍ରଙ୍କ ନିମନ୍ତେ ଆହ୍ବାନ ସୃଷ୍ଟି କରିବ ସେହିପରି ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି କରିବ। ତେବେ ଆଗାମୀ ଦିନରେ ସେ ଏହି ସମ୍ଭାବନାଗୁଡ଼ିକୁ ନେଇ ଝାରସୁଗୁଡ଼ାର ସ୍ବାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବାକୁ ସକ୍ଷମ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। 

ଝାରସୁଗୁଡ଼ା ଜିଲ୍ଲା ବର୍ତ୍ତମାନ କୋରୋନା ଭୂତାଣୁ ସହ ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ଅନେକ ସମୟରେ ସ୍ବାସ୍ଥ୍ୟସେବାରେ ଅବହେଳା ଓ ଅନ୍ୟାନ୍ୟ ସମସ୍ୟା ନେଇ ଖବରରେ ରହିଛି। ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଜିଲ୍ଲାର ହୋଇଥିବାରୁ ଏଠାକାର ଅଧିବାସୀ ଏଠାରେ ଉନ୍ନତ ଧରଣର ସ୍ବାସ୍ଥ୍ୟସେବା ପାଇବାକୁ ଆଶା ରଖନ୍ତି। ତେବେ ନୂତନ ସିଡିଏମଓଙ୍କ କାର୍ଯ୍ୟକାଳରେ କିପରି ପରିବର୍ତ୍ତନ ଆସୁଛି, ତାହାକୁ ଝାରସୁଗୁଡ଼ାବାସୀ ଅପେକ୍ଷା କରିବେ ନିଶ୍ଚୟ।

Leave A Reply

Your email address will not be published.