ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ

0

ଭୁବନେଶ୍ୱର (ଶାସକ ପ୍ରଶାସକ ) ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଘୋଷଣା କରିଛନ୍ତି।

http://www.youtube.com/watch?v=bHpMlQohvJs 

ବିପିୟୁଟି କ୍ୟାମ୍ପସ ପରିସରରେ ୧୫ ଏକର ଜମି ଉପରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକଙ୍କ ବସିବାର କ୍ଷମତା ରହିବ। ଷ୍ଟାଡିୟମ ସହ ଅନ୍ୟାନ୍ୟ ଭିତ୍ତିଭୂମିର ବି ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୨୩ ହକି ବିଶ୍ଵକପ ଭୁବନେଶ୍ବର ସମେତ ରାଉରକେଲାରେ ମଧ୍ୟ ଆୟୋଜନ ହେବ ବୋଲି କହିଛନ୍ତି।

Leave A Reply

Your email address will not be published.