“ପୁରୀ ଜଗନ୍ନାଥ ମନ୍ଦିର ଖୋଲିଲାଣି, ଏଥର ଆମ ମନ୍ଦିର ବି ଖୋଲୁ”

0

ବ୍ରଜରାଜନଗରର ଆରାଧ୍ୟା ଦେବୀ ରାମଚଣ୍ଡୀ ମନ୍ଦିର ଖୋଲିବା ପାଇଁ ଦାବି। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲା ହେବ ପୁରୀ ଜଗନ୍ନାଥ ମନ୍ଦିର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିକ୍ରିୟା ବର୍ତ୍ତମାନ ଆସିବାକୁ ଆରମ୍ଭ ହୋଇଯାଇଛି।ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇ ଅନେକ ମନ୍ଦିର କର୍ତ୍ତୃପକ୍ଷ ଏହା ପରେ ସେମାନଙ୍କ ମନ୍ଦିର ମଧ୍ୟ ଖୋଲିବାକୁ ଅନୁମତି ମିଳୁ ବୋଲି ଦାବି କରିବା ଆରମ୍ଭ କରିଛନ୍ତି। 

ବ୍ରଜରାଜନଗରସ୍ଥିତ ରାମଚଣ୍ଡୀ ମନ୍ଦିର ମଧ୍ୟ ପଶ୍ଚିମ ଓଡ଼ିଶାର ଏକ ଅତି ପୁରାତନ ଓ ପ୍ରସିଦ୍ଧ ସ୍ଥଳୀ। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଏଠାରେ ଦେବୀଙ୍କ ଦର୍ଶନ କରିବାକୁ ଲୋକେ ଆସନ୍ତି। ମାତ୍ର କୋରୋନା କଟକଣା ଯୋଗୁଁ ଏବର୍ଷ ଲୋକେ ଦେବୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କିନ୍ତୁ ପୁରୀ ମନ୍ଦିର ଖୋଲିବା ପାଇଁ ସରକାରଙ୍କ ନିଷ୍ପତ୍ତି ଶୁଣିବା ପରେ ସ୍ଥାନୀୟ ଲୋକେ ଦାବୀ ଜଣାଇଛନ୍ତି ଯେ ଜିଲ୍ଲା ପ୍ରଶାସନ ମଧ୍ୟ ଆସନ୍ତା ଜାନୁଆରୀ ୩ ତାରିଖରୁ ରାମଚଣ୍ଡୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେବା ଉଚିତ୍।

Leave A Reply

Your email address will not be published.