“ସତ୍ୟକୁ ଉନ୍ମୋଚିତ କରିବା ପାଇଁ ଐତିହାସିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି’ : ମନ୍ତ୍ରୀ ଡ. ସାହୁ

0

ନବନିଯୁକ୍ତ ଅଧ୍ୟାପିକ ଓ ଅଧ୍ୟାପିକାମାନଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ

ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ନିମନ୍ତେ ୮୦ ଜଣ ଅଧ୍ୟାପକଙ୍କ ନିଯୁକ୍ତି

“ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛି’

ଭୁବନେଶ୍ୱର,(ଶାସକ ପ୍ରଶାସକ): ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପ୍ରାଥମିକତା ପ୍ରଦାନ କରାଯାଉଛିା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛିା ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ୨୪୦୩ ଜଣ ଅଧ୍ୟାପକଙ୍କୁ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇ ନିଯୁକ୍ତି ଦିଆଯାଇଛିା ଏଥିସହିତ ଆଉ ୯୭୨ଟି ଅଧ୍ୟାପକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ରାଜ୍ୟ ସିଲେକ୍ସନ୍ ବୋର୍ଡକୁ ସୁପାରିଶ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା 

ଆଜି ପୂର୍ବାହ୍ନରେ କୃଷି ଭବନରେ ଇତିହାସ, ଓଡ଼ିଆ ଏବଂ ରାଜନୀତି ବିଜ୍ଞାନରେ ନବନିଯୁକ୍ତ ୮୦ ଜଣ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ନିମନ୍ତେ ଆୟୋଜିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଛାତ୍ରଛାତ୍ରୀମାନେ ବହୁଳ ଭାବରେ ଶିକ୍ଷକମାନଙ୍କ ଦ୍ୱାରା ପ୍ରଭାବିତ ହେଉଥିବା ଦୃଷ୍ଟିରୁ ବିଦ୍ୟାର୍ଥୀମାନଙ୍କୁ ଗଢ଼ିବା ଦିଗରେ ଅଧ୍ୟାପକଅଧ୍ୟାପିକାମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକା ଶିକ୍ଷକମାନେ ଛାତ୍ର ଗଢ଼ିବା ସହିତ ଦେଶ ଗଢ଼ିଥା’ନ୍ତିା ଅଭିଭାବକମାନେ ମଧ୍ୟ ଶିକ୍ଷକମାନଙ୍କ ଉପରେ ସଂପୂର୍ଣ୍ଣ ଭରସା କରି ପିଲାମାନଙ୍କୁ ପାଠ ପଢ଼ିବାକୁ ଛାଡ଼ୁଥିବାରୁ ଅଧ୍ୟାପକମାନେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ସହିତ ନିରନ୍ତର ସଂପର୍କ ରକ୍ଷା କରି ଏଭଳି ବିଦ୍ୟାର୍ଥୀ ତିଆରି କରନ୍ତୁ ଯେଉଁମାନେ କି ଭବିଷ୍ୟତରେ କୌଣସି ପ୍ରକାରର ନକରାତ୍ମକ ପ୍ରଭାବରେ ପ୍ରଭାବିତ ହେବ ନାହିାଁ 

ଏହି ଅବସରରେ ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ସତ୍ୟକୁ ଉନ୍ମୋଚିତ କରିବା ପାଇଁ ଐତିହ୍ୟାସିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ପ୍ରତ୍ୟେକ ଜିନିଷର ଏକ ଇତିହାସ ରହିଥିବାବେଳେ ଇତିହାସକୁ ଛାଡ଼ିଦେଇ କେହି ସ୍ୱୟଂସଂପୂର୍ଣ୍ଣ ହୋଇପାରି ନାହିାଁ ଅତୀତ ଇତିହାସକୁ ବଶ୍ଳେଷଣ କରି ବର୍ତ୍ତମାନର କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିପାରିଲେ ଏକ ଗୌରବମୟ ଇତିହାସ ସୃଷ୍ଟି ସମ୍ଭବ ହେବ ବୋଲି ସେ କହିଥିଲୋ ଅଧ୍ୟାପକମାନେ ସବୁବେଳେ ଆହୁରି ଭଲ କରିବା ମନୋଭାବ ପୋଷଣ କରିପାରିଲେ ଜୀବନରେ ନିଶ୍ଚିତ ସଫଳତା ହାସଲ କରିପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ 

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଉଦ୍ବୋଧନ ଦେବା ଅବସରରେ କହିଲେ ପାଠପଢ଼ିବାକୁ ସବୁବେଳେ ଆକର୍ଷଣୀୟ କରିପାରିଲେ ବିଦ୍ୟାର୍ଥୀମାନେ ଅଧିକ ମାତ୍ରାରେ ଉତ୍ସାହିତ ହେବୋ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବିଭାଗ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ନେଇଥିବାବେଳେ ଏହାର ସଠିକ୍ ରୂପାୟନ କରି ଛାତ୍ରଛାତ୍ରୀଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ଦିଗରେ ଅଧ୍ୟାପକଅଧ୍ୟାପିକାମାନେ ନିଷ୍ଠାର ସହ କର୍ତ୍ତବ୍ୟ ସଂପାଦନ କରିବା ଉଚିତା ପାଠପଢ଼ା ବ୍ୟତୀତ ଅଧ୍ୟାପକମାନେ ମହାବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଉପରେ ସଚିବ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲୋ ଏଥି ସହିତ ଯେକୌଣସି ପ୍ରତିକୂଳ ପରିସ୍ଥିତି ସହିତ ଖାପଖୁଆଇ କାର୍ଯ୍ୟ କରିବା ପାଇଁ ସେ ଅଧ୍ୟାପକଅଧ୍ୟାପିକାମାନଙ୍କୁ ପରାମର୍ଶ ଦେଇଥିଲୋ 

ଆଜିର ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ନିମନ୍ତେ ଚୟନ କରାଯାଇଥିବା ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ମଧ୍ୟରୁ ୭୪ ଜଣ ଇତିହାସ ବିଭାଗର ହୋଇଥିବାବେଳେ ଓଡ଼ିଆ ବିଭାଗରେ ୫ ଜଣ ଏବଂ ରାଜନୀତି ବିଜ୍ଞାନ ବିଭାଗର ଜଣେ ଯୋଗ ଦେଇଥିଲୋ କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲୋ 

 

Leave A Reply

Your email address will not be published.