ଅଙ୍ଗଡ଼ବାଡି ଭଳି ସର୍ବନିମ୍ନ ସୁବିଧାରୁ  ବଞ୍ଚିତ  ବେହେରା ପଡାବାସୀ 

0

14-05-18-anganwadi1.jpg - 61.78 kBଆଉ ଅନ୍ୟ ବିକାଶ କଥା ପଛରେ ସରକାର ହଜୂର ?????

ଝାରବନ୍ଧରୁ ଗୌରାଙ୍ଗ  ଦାଶ- ଶିଶୁ ମାନଙ୍କ ବିକାଶ ପାଇଁ ସରକାର ବାହାର କରୁଛନ୍ତି ଅନେକ ଯୋଜନା । କୋମଳମତି ଶିଶୁ ଶାରୀରିକ,ମାନସିକ ବିକାଶ କିପରି ହେବ ସେଥିପାଇଁ ସରକାର ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ ସୃଷ୍ଟି କରୁଛନ୍ତି। ଶିଶୁର ବିକାଶ ତଥା ପୁଷ୍ଟି ପାଇଁ ଅଂଗନଓ୍ବାଡି କେନ୍ଦ୍ର ଏକ ମୁଖ୍ୟ ଶାଖା ,ଯେଉଁଠି ଅଂଗନବାଡି କେନ୍ଦ୍ର ନାହିଁ ସେଠିକାର ସବୁ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଲେ ଝାରବନ୍ଧ ବ୍ଲକ,ଚଣ୍ଡିଭଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜାମପାଲି ଗ୍ରାମର ବେହେରା ପଡା ଠାରେ । ଅଂଗନବାଡି କେନ୍ଦ୍ର ଶିକ୍ଷାରୁ ବଞ୍ଚିତ ଥିବା ଶିଶୁ ମାନଙ୍କ ପିତା ମାତା ଗ୍ରାମବାସୀଙ୍କର ସୂଚନା ମୁତାବକ ଜାମପାଲି ଗ୍ରାମରେ ଗୋଟିଏ ଅଂଗନବାଡି କେନ୍ଦ୍ର ଅଛି,ଯାହା ଏହି ବେହେରା ପଡା ଠାରୁ ଅଢ଼େଇ କିଲୋମିଟର ଦୂରତାରେ ଅଛି , ତେଣୁ ଶିଶୁ ମାନଙ୍କର ସୁବିଧା ସୁଯୋଗ ପାଇବାରେ ବାଧା ସୃଷ୍ଟି ହେଉଛି । ବେହେରା ପଡା ଗଠିତ ହୋଇଛି ଦଳିତ ହରିଜନ ଶ୍ରେଣୀର ଲୋକଙ୍କୁ ନେଇ। ଅଂଗନବାଡି କେନ୍ଦ୍ର ପ୍ରତିଷ୍ଠା ପାଇଁ ଜନସାଧାରଣ ପ୍ରଶାସନକୁ ବାରମ୍ବାର ଦୁଖଃ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଲିପାରିନାହିଁ।ଏପରି ଅବ୍ୟବସ୍ଥା ଶିଶୁମାନଙ୍କୁ ଶିକ୍ଷାରୁ ବଞ୍ଚିତ କରାଯିବ ସଙ୍ଗେ ସଙ୍ଗେ ପୁଷ୍ଟିହୀନତାର ବାଟକୁ ଠେଲି ଦିଆଯାଉଛି ବୋଲି ଅଞ୍ଚଳ ବାସୀ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି । ପ୍ରାୟ ୨୦ରୁ୨୫ ଜଣ ଶିଶୁ ଅଛନ୍ତି ତେଣୁ ଯଥାଶୀଘ୍ର  ସମ୍ଭବ ଏଠାରେ ଅଂଗନବାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇ ଶିଶୁ ମାନେ ତଥା ଗର୍ଭବତୀ ମାଁ ମାନଙ୍କୁ ଅଣ୍ଡା, ଛତୁଆ ଏବଂ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ପ୍ରଶାସନକୁ ଗଣମାଧ୍ୟମ ଜରିଆରେ ଗ୍ରାମର ଜନସାଧାରଣ ଦାବି କରିଛନ୍ତି।

 

 

 

Leave A Reply

Your email address will not be published.