ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି : ରାଜ୍ୟପାଳ

0

09-06-18-ganaeshi-laal-w.jpg - 22.07 kB

ଭୁବନେଶ୍ୱର:  ଓଡ଼ିଶାର କୃଷିଭିତ୍ତିକ ଲୋକପ୍ରିୟ  ପର୍ବ ରଜ ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି | ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଅତୀବ ମହାନା ରଜ ପର୍ବ ଓଡ଼ିଶାର ସ୍ୱାତନ୍ତ୍ର୍ୟର ପରିଚୟ ଦିଏା ରଜ ହେଉଛି ଓଡ଼ିଶାର ମୌଳିକ ଚିନ୍ତନ, ଦର୍ଶନ ଓ ଜୀବନାଦର୍ଶର ଏକ ପ୍ରତିଫଳନା ରଜ ପର୍ବ ମାଧ୍ୟମରେ ମାଟିର ବନ୍ଦନା କରାଯାଏା ଏକ କୃଷିଭିତ୍ତିକ ସମାଜ ପାଇଁ ଏହାର ବିଶେଷ ପ୍ରାସଙ୍ଗିକତା ରହିଛିା ଏହି ପର୍ବ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରିଦେଉ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଲାଲ ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହିତ ଓଡ଼ିଶାର ବିକାଶରେ ସମସ୍ତଙ୍କ ସକି୍ରୟ ସହଯୋଗ ଓ ସଦିଚ୍ଛା କାମନା କରିଛନ୍ତି |

Leave A Reply

Your email address will not be published.