ଅତୀତର ଅଭୁଲା ସ୍ମୃତିକୁ ରୋମନ୍ଥନ କଲେ ପୁରୁଣା ଛାତ୍ର

0

ଟାଉନ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ।

13-06-18-padampur-l.jpg - 49.52 kB ପଦ୍ମପୁର/Nila Deep -ପଦ୍ମପୁର ସହରର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ତରଣୀସେନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ସହରର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପ୍ରଧାନ  ଓ ସମ୍ମାନିତ ଅତିଥି ଭାବରେ ସ୍କୁଲର ପୂର୍ବତନ ଛାତ୍ର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ ।ସଭା ଆରମ୍ଭରେ ଅତିଥି ମାନଙ୍କ ଦ୍ବାରା ବାଗଦେବୀ ମା ସରସ୍ୱତୀ ଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ କରି ପୂଜାର୍ଚନା କରାଯାଇଥିଲା ।ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ତରଣୀସେନ ସାହୁ ସଭା ପରିଚାଳନା କରିଥିଲେ ।ସ୍କୁଲର ପୂର୍ବତନ ଛାତ୍ର ତଥା ସମ୍ମାନିତ ଅତିଥି କୄଷ୍ଣଚନ୍ଦ୍ର ପଣ୍ଡା  ପାଠ ପଢିବା ସମୟର ଅନୁଭୂତି ଓ  ସ୍କୁଲର ଉନ୍ନତି ପାଇଁ ସମସ୍ତଙ୍କ  କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ ।ମୁଖ୍ୟ ଅତିଥି ଚନ୍ଦ୍ରଭାନୁ ପ୍ରଧାନ  ନିଜ ବକ୍ତବ୍ୟ ରେ ପିଲାଙ୍କ ପାଇଁ ସ୍କୁଲର ମହତ୍ତ୍ଵ ବରଣ୍ଣା କରିବା ସହ ନିଜକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ସ୍କୁଲ ପ୍ରତି ଛାତ୍ରଛାତ୍ରୀ ଙ୍କ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ ।ପୂର୍ବତନ ଛାତ୍ର ଚନ୍ଦନ ବଂଶଲ ଓ ନିର୍ମଳ ଚନ୍ଦ୍ର ବାରିକ ସ୍କୁଲ ସହିତ ଯଡିତ ଥିବା ଅନୁଭୂତି ଓ ସ୍କୁଲର ଉନ୍ନତି ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଏହି ସଭରେ ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଓ ସ୍କୁଲର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ ।ଏହି ପରିପେକ୍ଷୀରେ ପୂର୍ବତନ ଛାତ୍ର  ନବୁ ଅଗ୍ରୱାଲ ସ୍କୁଲର ଉନ୍ନତି ପାଇଁ ୨୧୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।ସଭାରେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିବା ପାଇଁ ସମସ୍ତଙ୍କୁ ଶ୍ରୀଯୁକ୍ତ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 
Leave A Reply

Your email address will not be published.