ଚର୍ଚ୍ଚକୁ ବଡ଼ଦିନରେ ଦୁଇଘଣ୍ଟା ପାଇଁ ଖୋଲିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରି ଜିଲ୍ଲାପାଳଙ୍କୁ ଦରଖାସ୍ତ। 

0

ଝାରସୁଗୁଡ଼ା:(ସୁଭାଷ ସହାରେ) :ଝାରସୁଗୁଡ଼ା ସହରସ୍ଥିତ ସେଣ୍ଟ ଡେଭିଡ ସିଏନଆଇ ଚର୍ଚ୍ଚ ଗତ ମାର୍ଚ୍ଚ ମାସରୁ କୋରୋନା ଯୋଗୁଁ ବନ୍ଦ ରହିଛି। ଆଗକୁ ବଡ଼ଦିନ ପର୍ବ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଏହି ଦିନ ସବୁଠାରୁ ପବିତ୍ର ଦିବସ। ତେଣୁ ଆସନ୍ତା ୨୫ ଡିସେମ୍ବରରେ ଚର୍ଚ୍ଚକୁ ଉପାସନା ପାଇଁ ମାତ୍ର ଦୁଇଘଣ୍ଟା ନିମନ୍ତେ ଖୋଲିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରିଛନ୍ତି ଚର୍ଚ୍ଚ କର୍ତ୍ତୃପକ୍ଷ। 

ଏହି ଅବସରରେ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେବାକୁ ଆଜି ପାଷ୍ଟର ଅବିନଦବ ନାଗ, ଚର୍ଚ୍ଚର ସଂପାଦକ ବି ସି ଆଚାର୍ଯ୍ୟ, ସାମୁଏଲ ସୋନା, ଜ୍ୟୋତିର୍ମୟୀ ସୋନା, ଗୋବର୍ଦ୍ଧନ ମହାନନ୍ଦ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏଡିଏମ (ରାଜସ୍ଵ) ଶ୍ରୀମତୀ ଲିଲି କୁମାରୀ କୁଲୁ ସେମାନଙ୍କ ଦରଖାସ୍ତ ଗ୍ରହଣ କରିଥିଲେ। 

ସୂଚନା ଅନୁସାରେ, ଚର୍ଚ୍ଚ କର୍ତ୍ତୃପକ୍ଷ ଏହି ଦରଖାସ୍ତରେ ୨୫ ଡିସେମ୍ବର ଦିନ ସକାଳ ୮ ଟାରୁ  ସକାଳ ୧୦ ଟା ପର୍ଯ୍ୟନ୍ତ କେବଳ ଦୁଇ ଘଣ୍ଟା ନିମନ୍ତେ ଚର୍ଚ୍ଚକୁ ଉପାସନା ନିମନ୍ତେ ଖୋଲିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ସେମାନେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଯେ ଏହି ଅବସରରେ କୋଭିଡ 19 ର ସମସ୍ତ ନିୟମାବଳୀ ପାଳନପୂର୍ବକ ସେଠାରେ କେବଳ ଶହେ ଜଣ ବ୍ୟକ୍ତିଙ୍କ ସମାଗମ କରାଯିବ।

Leave A Reply

Your email address will not be published.