ବେଲପାହାଡ଼ ସହରରେ ନିର୍ମାଣ ହେବ ବହୁ ପ୍ରତିକ୍ଷିତ ରେଲୱେ ଓଭରବ୍ରିଜ୍

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ବେଲପାହାଡ଼ ସହରରେ ବହୁ ଦିନରୁ ଦାବୀ ହୋଇ ଆସୁଥିବା ଏକ ରେଲୱେ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଶେଷରେ ରାଜ୍ୟ ସରକାର ନିଜର ସ୍ବୀକୃତି ଦେଇଛନ୍ତି। ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଉଦ୍ୟମ ଯୋଗୁଁ ଶେଷରେ ବେଲପାହାଡ଼ବାସୀଙ୍କ ଅନେକ ଦିନରୁ ଦାବୀ ପୂରଣ ହୋଇପାରିଛି। ବିଶ୍ବ ବ୍ୟାଙ୍କ ପ୍ରୋଜେକ୍ଟର ମୂଖ୍ୟ ଯନ୍ତ୍ରୀ ଏହା ନେଇ ବିଲାସପୁରର ଦକ୍ଷିଣ ପୂର୍ବ କେନ୍ଦ୍ର ରେଳପଥର ମୂଖ୍ୟ ସେତୁ ନିର୍ମାଣ ଯନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଉଭୟଙ୍କ ପକ୍ଷରୁ ଖର୍ଚ୍ଚର ୫୦ -୫୦ ଭାଗ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଅଞ୍ଚଳବାସୀ ଏଥିପାଇଁ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply

Your email address will not be published.