ମହିଳାଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଏକ ବର୍ଷ ଜେଲ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଜିଲ୍ଲା ଓ ଦୌରା ଜଜ୍ ପ୍ରମୋଦ କୁମାର ଜେନା ଆଜି ଜନୈକ ମହିଳାଙ୍କୁ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡ଼ା ଅସ୍ତିଆ ଗ୍ରାମର ପୁନ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଆଇପିସି ୩୨୩  ଅନୁସାରେ ଏକ ବର୍ଷ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୫ ଅପ୍ରେଲ ୪ ଅପରାହ୍ନ ୫ଟା ସମୟରେ ଜନୈକ ମହିଳା କାମରୁ ଫେରୁଥିବା ସମୟରେ ଉଦଳା ରୋଡ଼ ପୋଲ ନିକଟରେ ପୁନ ସିଂ ମହିଳାଙ୍କୁ ଏକାକୀ ଦେଖି ହାତରେ ଧରିଥିବା ଲାଠିରେ ତାର ମୁଣ୍ଡରେ ଆଘାତ କରିଥିଲା । ଏଥିରେ ମହିଳାଙ୍କ ମୁଣ୍ଡ ଫାଟି ରକ୍ତ ବାହାରି ଥିଲା ।  ମନ୍ଦ ଉଦେ୍ଧଶ୍ୟ ରଖି ଅଶ୍ଳୀଳ ଭାଷାରେ ଗାଳିଗୋଲଜ କରିବା ସହିତ ଟଣାଉଟରା କରିଥିବା ବିଷୟକୁ ନେଇ ବାରିପଦା ଟାଉନ ଥାନାରେ ପିଡ଼ିତା ପକ୍ଷରୁ ଅଭିଯୋଗ ହୋଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କର ନୟାନ ଓ ସମସ୍ତ ପ୍ରମାଣକୁ ଭିତ୍ତି କରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.