କଳିଙ୍ଗ ଷ୍ଟାଡିୟମ୍ ଉନ୍ନୟନ କାର୍ଯ୍ୟ ତଦାରଖ କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

0

ଭୁବନେଶ୍ୱର(ଶାସକ ପ୍ରଶାସକ): ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ୍ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତିା

ବର୍ତ୍ତମାନ କୋଭିଡ୍ ମହାମାରୀ ଯୋଗୁଁ ଅନେକ କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଥିବାବେଳେ କ୍ରୀଡ଼ା ଭିତ୍ତିଭୂମି ଓ ଉନ୍ନୟନ କାର୍ଯ୍ୟର ସଫଳ ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମର  ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ |  ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମସ୍ଥିତ ଭାରୋତ୍ତୋଲନ ହଲ୍, ବହୁମୁଖୀ ଇଣ୍ଡୋର ହଲ୍, ସୁଟିଂ ରେଞ୍ଜ, ସୁଇମିଂ ପୁଲ୍, ବ୍ୟାଡ୍ମିଣ୍ଟନ ହଲ୍ ଆଦି ବୁଲି ଦେଖିବା ସହ ଫାୟାର ଫାଇଟିଂ ପ୍ରକଳ୍ପ ଏବଂ ନର୍ଥ ବ୍ଲକ୍ର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ କ୍ରୀଡ଼ା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲୋ “ଆମ ପ୍ରିୟ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଅନେକଗୁଡ଼ିଏ ମେଗା ଇଭେଣ୍ଟ ଆୟୋଜନ କରି ଓଡ଼ିଶା ଆଜି ସମଗ୍ର ବିଶ୍ୱରେ ଯେଉଁ ପରିଚୟ ସୃଷ୍ଟି କରିପାରିଛି ତାହା ଆଗାମୀ ଦିନରେ କିପରି ବହୁଗୁଣିତ ହୋଇପାରବ ସେଥି ନେଇ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡ଼ିବ” ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲୋ

ଷ୍ଟାଡିୟମ୍ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ବେହେରା ସନ୍ତୋଷ ବ୍ୟକ୍ତ କରିବା ସହ କ୍ରୀଡ଼ା ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କ ନିରନ୍ତର ଉଦ୍ୟମ ଓ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲୋ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କ୍ରୀଡ଼ା ବିଭାଗର ଉପନିର୍ଦ୍ଦେଶକ ରଂଜିତ କୁମାର ପରିଡ଼ାଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲୋ 

Leave A Reply

Your email address will not be published.