ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ମନ୍ଦିର ଡ଼ିସେମ୍ବର ୨୦ମଧ୍ୟରେ ଖୋଲିବା ନିମନ୍ତେ ଦାବି

0

ବାରିପଦା(ଦିଲ୍ଲୀପ ମହାନ୍ତି )- ସରକାର କରୋନା ମହାମାରୀ ମୁକାବିଲା ନିମନ୍ତେ ୨୦୨୦ ମାର୍ଚ୍ଚ ୨୩ରୁ ମନ୍ଦିର ଓ ଧର୍ମାନୁଷ୍ଠାନମାନଙ୍କରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଇଥିଲେ । ବର୍ତ୍ତମାନ ସରକାର ବସ , ଗାଡ଼ି ମୋଟର ଚଳାଚଳ, ହାଟ ବଜାର ଖୋଲିବା ସହିତ ସଭାସମିତି ଆଦି କ୍ଷେତ୍ରରେ ଲାଗୁ କରାଇଥିବା କଟକଣାକୁ କୋହଳ କରାଇ ଦେଇଛନ୍ତି । ଫଳରେ ଓଡ଼ିଶା  ମନ୍ଦିର ସେବାୟତ ସଂଘ ପକ୍ଷରୁ କରୋନା ମାର୍ଗଦର୍ଶୀକା ଅନୁପାଳନ ପୂର୍ବକ ମନ୍ଦିର ଭିତରକୁ ଭକ୍ତମାନଙ୍କୁ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ ନିମନ୍ତେ ବାରମ୍ବାର ସରକାରଙ୍କ ନିକଟରେ  ଦାବି ଉପସ୍ଥାପନ କରାଇ ଆସୁଥିବା ସମୟରେ ସରକାରଙ୍କ ପକ୍ଷରୁ ପୁରୀ ଶ୍ରୀମନ୍ଦିର ଓ ଭୂବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନେଇ ସାରିଥିବା ସମୟରେ ଯାଜପୁରରେ ମା ବିରଜା, କେନ୍ଦ୍ରାପଡ଼ାରେ ବଳଦେବଜୀଉ ମନ୍ଦିର ଖୋଲିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସହିତ ଜିଲ୍ଲାରେ ଥିବା ସମସ୍ତ ଛୋଟ ବଡ଼ ମନ୍ଦିର ଭିତରକୁ ଆସନ୍ତା ଡ଼ିସେମ୍ବର ୨୦ ମଧ୍ୟରେ ଭକ୍ତମାନଙ୍କ ପ୍ରବେଶ ନିମନ୍ତେ ଅନୁମତି ଦେବା ପାଇଁ ଆଜି ଓଡ଼ିଶା ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ, ସରକାରଙ୍କ ରିପୋର୍ଟ ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ କରୋନା ମହାମାରୀ ପ୍ରଭାବ ଦୃତ ଗତିରେ ହ୍ରାସ ପାଇବାରେ ଲାଗିଛି । ଡ଼ିସେମ୍ବର ୧୮ ସୁଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା କୋଭିଡ଼-୧୯ ଆକ୍ରାନ୍ତମାନଙ୍କ ସଂଖ୍ୟା ୧୩,୬୫୬ରେ ପହଁଞ୍ଚିଛି ଥିବା ସୁସ୍ଥ ସଂଖ୍ୟା ୧୩,୪୮୬ ଏବଂ ସକ୍ରିୟ ସଂଖ୍ୟା  ୮୧ ମଧ୍ୟରେ ସିମୀତ ରହିଛି । ଏଣୁ, ସରକାରୀ ରିପୋର୍ଟ ଆଧାରରେ ଜିଲ୍ଲାରେ କରୋନା ମହାମାରୀର ପ୍ରଭାବ ହ୍ରାସ ପାଇଥିବା କାରଣରୁ କରୋନା ମାର୍ଗଦର୍ଶୀକାକୁ ପାଳନ କରାଯାଇ ମନ୍ଦିରରେ ଠାକୁରମାନଙ୍କୁ ଦର୍ଶନ ନିମନ୍ତେ ଭକ୍ତମାନଙ୍କୁ ଅନୁମତି ଦେବା ନିମନ୍ତେ ଜନସାଧାରଣ ପକ୍ଷରୁ ମଧ୍ୟ ଦାବି ହୋଇଛି ।

 

 

 

 

Leave A Reply

Your email address will not be published.