ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

0

ଭଞ୍ଜନଗର ( ନିଲୁ ବିଷୋୟୀ )- (ଜଗନ୍ନାଥ ପ୍ରସାଦ ବ୍ଳକ କରଡାବଣି ଆମ୍ବତୋଟା ଠାରେ ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପୃଷ୍ଠ ପୋଷକତାରେ ଆୟୋଜିତ କାଯ୍ୟକ୍ରମରେ ତାରସିଂ ମଣ୍ଡଳ ସଭାପତି ତଥା କ୍ଷେତମୁଣ୍ଡାଳି ସରପଞ୍ଚ ନିଳାଞ୍ଚଳ ଖିଲାର, ଗେରେଡା ସମିତି ସଭ୍ୟ ସତ୍ୟଶୋଭନ ରଥ ,ବରିଷ୍ଠ ବିଜେପି ନେତା ବିନାୟକ ତ୍ରିପାଠୀ, ସନ୍ତୋଷ ତିଆଡି,ବରିଷ୍ଠ ସଂଗଠକ  ରାଜ କିଶୋର ପ୍ରଧାନ,ପୂର୍ବତନ ସାଂସଦ ପ୍ରତିନିଧି ଅମୁଲ୍ୟ ପ୍ରଧାନ ପ୍ରମୁଖ ଯୋଗ ଦେଇ ରାଜନୈତିକ ପୃଷ୍ଠଭୂମି, ନିର୍ବାଚନ ପରିଚାଳନା, ବିଜେପିର ଇତିହାସ ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ କଂଗ୍ରେସର ପୂର୍ବତନ ବିଧାୟକ ପାର୍ଥି କବିରାଜ ବେହେରା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ। ତାଙ୍କୁ ଉପସ୍ଥିତ ନେତା ଓ ଦଳୀୟ କର୍ମୀମାନେ ସ୍ୱାଗତ କରିବା ସହ କବିରାଜଙ୍କ ଦଳରେ ଯୋଗଦାନ କରିବା ଦ୍ୱାରା ଜଗନ୍ନାଥପ୍ରସାଦ ରେ ବିଜେପିର ସାଙ୍ଗଠନିକ ପତିଆରା ଆହୁରି ବୃଦ୍ଧି ପାଇବ ବୋଲି ଦଳୀୟ ନେତୃବୃନ୍ଦ ଆଶାବ୍ୟକ୍ତ କରିଛନ୍ତି। କାଯ୍ୟକ୍ରମ ରେ ବିଜେପିର ବହୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ |

 

Leave A Reply

Your email address will not be published.