ଭଞ୍ଜନଗର ( ନିଲୁ ବିଷୋୟୀ )- ଭଞ୍ଜନଗର ବ୍ଳକ ଅନ୍ତର୍ଗତ ତୁରୁମୁ ଠାରେ ଅନୁଷ୍ଠିତ ସ୍ୱର୍ଗତ ସୁନିଲ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଟରେ କୁଲାଡ଼ କୁ ହରାଇ ଘୁମୁସର ନୂଆଁ ଗାଁ ବିଜୟୀ ହାସଲ କରିଛି। ଆଜିର ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନୂଆଁ ଗାଁ ଦଳ ସମସ୍ତ ବିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବ ରେ କୁଲାଡ଼ ଦଳ ସମସ୍ତ ବିକେଟ ହରାଇ ମାତ୍ର ୧୩୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ନୂଆଁ ଗାଁ ଦଳ ୧୪ ରନ୍ ରେ ବିଜୟୀ ହୋଇ ସୁନିଲ ସାହୁ ସ୍ମାରର୍କୀ ବିଜୟୀ ମୁକୁଟ ହାସଲ କରିଥିଲେ । ଆଜିର ଏହି ମ୍ୟାଚରେ ତୁରୁମୁ ସରପଞ୍ଚ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ମୂଖ୍ୟ ଅଥିତି ରୂପେ ଯୋଗ ଦେଇ ବୀଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଶିକ୍ଷକ ଶ୍ରୀ ସୁଦାମ ଦଳବରା ବିଜୟୀ ଦଳକୁ ଅର୍ଥ ରାଶି ପ୍ରଦାନ କରିଥିଲେ। ଏହି ମ୍ୟାଚକୁ ପରିଚାଳନା କରିଥିଲେ ସୁଜିତ ପ୍ରଧାନ ଓ ବଚନ ବେହେରା ସ୍କୋର ବୋର୍ଡ ରେ ଥିଲେ ବୈରାଗୀ ଗୌଡ଼ ଓ ମୂର୍ତ୍ତୃଞ୍ଜୟ ସାହୁ । ଚଳିତ ଏହି ଟ୍ରଫିକୁ ସହଯୋଗ କରିଥିଲେ ଶ୍ରୀ ରମେଶ ପ୍ରଧାନ, ଚନ୍ଦନ ବିଷୋୟୀ, ଶ୍ରୀମନ୍ତ ପ୍ରଧାନ,କାହ୍ନ ସାହୁ ପ୍ରଭୁତି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.