ହୃଦଘାତରେ ପ୍ରସିଦ୍ଧ ସାନ୍ତାଳୀ ଲେଖକ ଗୋବିନ୍ଦ ମାଝିଙ୍କ ଦେହାନ୍ତ

0

ବାରିପଦା(ଦିଲ୍ଲୀପ ମହାନ୍ତି )-  କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ସାନ୍ତାଳୀ ଲେଖକ, ସାହିତ୍ୟିକ, ରାଷ୍ଟ୍ରବାଦୀ ଚିନ୍ତକ , ସମାଜ ସେବୀ ଓ ବାରିପଦା ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ସିନିୟର ମ୍ୟାନେଜର ଗୋବିନ୍ଦ ମାଝୀ ୬୪ ବର୍ଷ ବୟସରେ ଆଜି ସକାଳ ୫ଟା ସମୟରେ ହୃଦଘାତରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହପିଟାଲରେ ଦେହାନ୍ତ ହୋଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ହସପିଟାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜନସାଧାରଣ ତାଙ୍କର ଅନ୍ତିମ ଦର୍ଶନ ନିମନ୍ତେ ଛୁଟି ଆସିଥିଲେ । ଗୋବିନ୍ଦ ମାଝୀଙ୍କ ଅକାଳ ବିୟୋଗରେ ଓଡ଼ିଶା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏଥି ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର ବିୟୋଗ ସାନ୍ତାଳୀ ସମ୍ପ୍ରଦାୟଙ୍କ ସହିତ ସମାଜର ସମସ୍ତ ବର୍ଗର ଜନସାଧାରଣଙ୍କ ପାଇଁ ଅପୂରଣୀୟ କ୍ଷତି ପହଁଞ୍ଚାଇଛି ବୋଲି ଓଡ଼ିଶା ବନବାସୀ କଲ୍ୟାଣ ଆଶ୍ରମ ସମିତିର ସଦସ୍ୟମାନେ ପ୍ରକାଶ କରିଛନ୍ତି । 

Leave A Reply

Your email address will not be published.