ରାଜା ଗୌର ଚନ୍ଦ୍ର ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ।

0

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ରାଜା ଗୌର ଚନ୍ଦ୍ର ହାଇସ୍କୁଲର ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ପାଣ୍ଡବ ଚରଣ ପ୍ରଧାନଙ୍କ ବୁଧବାର ସକାଳେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇ ଥିଲା। ସେ ଅବସର ପରେ ନିଜ ଗ୍ରାମ  ରେଢାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ମୂଷାକଟାରେ ରହି ଆସୁ ଥିଲେ।ହେଲେ ହଠାତ ବାର୍ଦ୍ଧକ୍ୟତାରୁ ମୃତ୍ୟୁ ହୋଇ ଯାଇ ଥିବା ଜଣା ଯାଇଛି।ସେ ଜଣେ ଆଦର୍ଶ ଶିକ୍ଷକ ସହିତ ଛାତ୍ର ଛାତ୍ରୀ ପ୍ରିୟ ଶିକ୍ଷକ ଥିଲେ। ତାଙ୍କ  ମୃତ୍ୟୁ ଖବର ପ୍ରଚାରିତ ହେବାପରେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଏକ ମାତ୍ର ପୁଅ ମହେଶ ପ୍ରଧାନ ମୁଖାଗ୍ନି ଦେଇ ଥିବା ବେଳେ ୩ଜଣ ଝିଅ କଲ୍ୟାଣି, କଳ୍ପି, ଓ କୁନି ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Leave A Reply

Your email address will not be published.