ପାଇକମାଳ ବ୍ଲକସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ପ୍ରସ୍ତୁତି ବୈଠକ ଓ ସ୍ଵାଗତ ସମ୍ବର୍ଦ୍ଧନା

0

ପଦ୍ମପୁର,:  ବରଗଡ଼ ଜିଲ୍ଳା ପାଇକମାଳ ବ୍ଲକ ଅନ୍ତର୍ଗତ ମିଠାପାଲି ପଞ୍ଚାୟତ ଲଉଡମାଳ ଗ୍ରାମରେ ଅବସରପ୍ରାପ୍ତ ଉଚ୍ଚ ବିଭାଗ ଅଧିକାରୀ ତଥା ସମାଜସେବୀ ଶ୍ରୀ କ୍ଷେତ୍ରୀ ଲୁହାର ଙ୍କ ସଭାପତିତ୍ବରେ ଏକ ଲକ୍ଷେ ଘର ଗଣ୍ଡା ସମାଜ ର ପ୍ରସ୍ତୁତି ବୈଠକ ତଥା ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭାରତ ରତ୍ନ ଆଇନ୍ ପ୍ରଣୟତା ଡ. ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ଆସନ୍ତା ତା. ୦୪. ୦୧. ୨୦୨୧ ସୋମବାର ସକାଳ ୧୦ ଟାରେ ସାମାଜ ସଂଗଠକ ତଥା ସଂଗ୍ରାମୀ ସ୍ଵର୍ଗତ ରାଏଧର ଲୁହାର ଙ୍କ ୧୬ତମ ସ୍ମୃତି ସଭା ମିଠାପାଳି ( ବିକ୍ରମ ନଗର ) ସ୍ଥିତ ନିଜ ବାସଭବନରେ ଆୟୋଜନ କରିବା ପାଇଁ ତାଙ୍କର ଏକ ମାତ୍ର ସୁପୁତ୍ର କ୍ଷେତ୍ରୀ ଲୁହାର ଘୋଷଣା କରିଥିଲେ ଏବଂ ସମସ୍ତଙ୍କୁ ଆସିବା ପାଇଁ ଅନୁରୋଧ କରିଥିଲେ l ସେଥିପାଇଁ ପ୍ରସ୍ତୁତି ଏଜେଣ୍ଡା ତିଆରି କରାଯାଇଥିଲା l ତାପରେ କଲା ଓ ସଂସ୍କୃତି କ୍ଷେତ୍ରରେ ରାଜ୍ଯ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା, ପଶ୍ଚିମ ଓଡିଶା ଦଳିତ ଅଧିକାର ମଞ୍ଚ ପାଇକମାଳ ବ୍ଲକ ସଭାପତି ଏବଂ ପାଇକମାଳ ବ୍ଲକ କଳା ସଂସ୍କୃତି ସଂଘ ର ନୂତନ ଉପସଭାପତି ଭାବେ ଜିଲ୍ଳା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ନିଯୁକ୍ତି ପାଇଥିବାରୁ ମାଣ୍ଡୋସିଲ ଗ୍ରାମର ଶ୍ରୀ ଲଲିତ ଜଗତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ସଭାରେ ମିଠାପାଳି ସର୍କଲ ସଭାପତି ଯୁଧିଷ୍ଠିର ଚାନ୍ଦ, ପାଇକମାଳ ବ୍ଲକ ଲକ୍ଷ ଘର ଗଣ୍ଡା ସାମାଜ ସମ୍ପାଦକ ଦେବାର ଛତର, ଝିଟକି ପଞ୍ଚାୟତ ସମ୍ପାଦକ ଗଣେଶ ସୁନା, ସମାଜସେବୀ ଦୁଃଶାସନ କୁମ୍ଭାର,ପଦ୍ମପୁର ଉପଖଣ୍ଡ ସର୍କଲ ସଭାପତି ଧନୁ ଦୀପ, ସମ୍ପାଦକ ଗୟାଧର ଭୋଇ, ସମାଜସେବୀ ମୋହନ ଜଗତ, ଆଦି ସୁନା ଓ ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ  ।

Leave A Reply

Your email address will not be published.