କୃଷିଜାତ ଦ୍ରବ୍ୟରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରିବା ଉପରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଗୁରୁତ୍ୱ

0

COVID-19: Odisha Agriculture Minister Arun Sahoo Tests Positive | Odisha TV

ଗ୍ରାମ୍ୟ କୃଷିକର୍ମୀମାନଙ୍କ ଦକ୍ଷତା ବିକାଶ ବୈଠକ

ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମନ୍ତ୍ରୀ ଡ. ସାହୁ

“ସଂପ୍ରତି ଯୁବକଯୁବତୀମାନେ କୃଷି କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି କ୍ଷେତ୍ରରେ ମନୋନିବେଶ ଓ ପୁଞ୍ଜି ନିବେଶ ଦିଗରେ ଗ୍ରାମ୍ୟ କୃଷି କର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ଉଚିତ |  କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଥିବା ବେଳେ ସାମ୍ପ୍ରତିକ ସ୍ଥିତି, ଜଳବାୟୁର ପରିବର୍ତ୍ତନ ଓ ପୋଷଣୀୟ କୃଷି କାର୍ଯ୍ୟ ଆଦିକୁ ଦୃଷ୍ଟିରେ ରଖି  କୃଷି ନୀତି-୨୦୨୦ “ସମୃଦ୍ଧି’ ପ୍ରଣୟନ କରିଛନ୍ତି । ଗ୍ରାମ୍ୟ କୃଷି କର୍ମୀମାନେ କୃଷି ନୀତି-୨୦୨୦ “ସମୃଦ୍ଧି’ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ସହ ବିଭିନ୍ନ ଯୋଜନା ଓ ମାର୍ଗଦର୍ଶିକା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇବା ଉଚିତ |”

ଭୁବନେଶ୍ୱର(ଶାସକ ପ୍ରଶାସକ) : ଚାଷୀଙ୍କ ନିକଟକୁ ଯାଇ ସେମାନଙ୍କ ସହିତ ସିଧାସଳଖ ସମ୍ପର୍କ ରକ୍ଷା କରି କୃଷି କାର୍ଯ୍ୟକୁ ଆଗେଇ ନେବାକୁ ପଡିବ । ଉନ୍ନତମାନର ବିହନ, କୃଷି ଉପକରଣ, ଚାଷର ବିବିଧକରଣ ଓ ଜ୍ଞାନ କୌଶଳର ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବାକୁ ପଡିବ । ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ଓ କୃଷକର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ ଅନେକ ଗୁଡିଏ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବା ସହିତ ଯୋଜନା ପ୍ରସ୍ତୁତ କରିଥିବା ପରିପ୍ରେକ୍ଷୀରେ ଏହାର ଲାଭ ଯେପରି ଚାଷୀମାନେ ସିଧାସଳଖ ପାଇବେ ସେଥନିମନ୍ତେ ତୃଣମୂଳ ସ୍ତରରେ କାମ କରୁଥିବା ଗ୍ରାମ୍ୟ କୃଷି କର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧିନରେ ଥିବା ଜିଲ୍ଲାଗୁଡ଼ିକରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ମନ୍ତ୍ରୀ ଡଃ. ସାହୁ କହିଛନ୍ତି ଯେ ବିଭିନ୍ନ କୃଷି ଯୋଜନାରେ ସଫଳ ରୂପାୟନର ଗୁରୁଦାୟିତ୍ୱ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କର ରହିଛି ।

ବିଗତ ୨୦ ବର୍ଷରେ ରାଜ୍ୟ ଖାଦ୍ୟଶସ୍ୟ, ମାଛ, ମାଂସ, ଅଣ୍ଡା, ଦୁଧ  ଆଦି ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ହାସଲ କରିଥିବା ବେଳେ ରାଜ୍ୟକୁ ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ବଳକା ରାଜ୍ୟରେ ପରିଣତ କରି କୃଷିଜାତ ଦ୍ରବ୍ୟର ରପ୍ତାନୀ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗ୍ରାମ୍ୟ କୃଷି କର୍ମୀମାନଙ୍କ ନିମନ୍ତେ ବିଭିନ୍ନ କୃଷି ଯୋଜନା ଓ ମାଗଦର୍ଶିକା ସମେତ ରୋଗପୋକ ଚିହ୍ନଟ ଓ ନିୟନ୍ତ୍ରଣ ଏବଂ ପରିଚାଳନା ସମ୍ପର୍କିତ ଏକ ପୁସ୍ତିକା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ କହିଥିଲେ । କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଥିବା ବେଳେ ସାମ୍ପ୍ରତିକ ସ୍ଥିତି, ଜଳବାୟୁର ପରିବର୍ତ୍ତନ ଓ ପୋଷଣୀୟ କୃଷି କାର୍ଯ୍ୟ ଆଦିକୁ ଦୃଷ୍ଟିରେ ରଖି  କୃଷି ନୀତି-୨୦୨୦ “ସମୃଦ୍ଧି’ ପ୍ରଣୟନ କରିଛନ୍ତି । ଗ୍ରାମ୍ୟ କୃଷି କର୍ମୀମାନେ କୃଷି ନୀତି-୨୦୨୦ “ସମୃଦ୍ଧି’ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ସହ ବିଭିନ୍ନ ଯୋଜନା ଓ ମାର୍ଗଦର୍ଶିକା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇବା ଉପରେ ମନ୍ତ୍ରୀ ଡଃ. ସାହୁ ଗୁରୁତ୍ୱ ଦେଇଥିଲେ ।ପଞ୍ଚାୟତସ୍ତରରେ ଚାଷୀମାନଙ୍କ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରାଯାଇ ପ୍ରତ୍ୟହ ଚାଷୀମାନଙ୍କ ନିମନ୍ତେ କୃଷି ସମ୍ବନ୍ଧିତ ଭିଡ଼ିଓ ପ୍ରସାରଣ ସହ କୃଷି ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ଅଥିକ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ 

ଗ୍ରାମ୍ୟ କୃଷି କର୍ମୀମାନେ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ “୫ଟି’ ଓ “ମୋ ସରକାର’ କୁ କଡାକଡି ଭାବେ ଅନୁପାଳନ କରିବା ପାଇଁ ମନ୍ତ୍ରୀ ଡଃ.ସାହୁ ନିର୍ଦ୍ଦେଶ ଦେଇଥିଲେ । ସଂପ୍ରତି ଯୁବକଯୁବତୀମାନେ କୃଷି କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି କ୍ଷେତ୍ରରେ ମନୋନିବେଶ ଓ ପୁଞ୍ଜି ନିବେଶ ଦିଗରେ ଗ୍ରାମ୍ୟ କୃଷି କର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ କହିଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ସୌରଭ ଗର୍ଗ ବୈଠକରେ ଯୋଗଦେଇ କହିଲେ ତୃଣମୂଳ ସ୍ତରରେ ଚାଷୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ପ୍ରତି ପଞ୍ଚାୟତ ସ୍ତରରେ ଓ ବ୍ଲକ୍ ସ୍ତରରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଓ ଅନ୍ୟ ସମ୍ପୃକ୍ତ କ୍ଷେତ୍ର ଅଥିକାରୀମାନଙ୍କର ନିୟମିତ ବୈଠକ ଅନୁଷ୍ଠିତ ହେଉଛି । ଟ୍ରୋଲ ଫି୍ର ମୋବାଇଲ ସେବା “ଆମ କୃଷି’ ମାଧ୍ୟମରେ ଚାଷୀମାନଙ୍କୁ ଚାଷ କାର୍ଯ୍ୟ ସମନ୍ଧୀୟ ପରାମର୍ଶ ଦିଆଯାଉଛି ଏବଂ ଏଥିରେ ପ୍ରାୟ ୧୦ ଲକ୍ଷ ଚାଷୀ ସାମିଲ ହେଲେଣି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ. ମୁଥୁକୁମାର ଗ୍ରାମ୍ୟ କୃଷି କର୍ମୀମାନଙ୍କର ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ସେମାନେ ଅଧିକ କ୍ରିୟାଶୀଳ ହୋଇ କୃଷି ଉତ୍ପାଦନ ବୃଦ୍ଧି ଦିଗରେ ସହାୟକ ହେବା ପାଇଁ କହିଥିଲେ ।ଏହି ଅବସରରେ ଭର୍ଚୁଆଲ୍ ବୈଠକରେ ଯୋଗଦେଇଥିବା ଗ୍ରାମ କୃଷିକର୍ମୀମାନଙ୍କ ସହିତ ମତବିନିମୟ ହୋଇଥିଲା ।

 

 

Leave A Reply

Your email address will not be published.