ଆଶା ଚାଇଲଡ଼ ଲାଇନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

0

 

ରେଢାଖୋଲ (ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲା ରେଢାଖୋଲ ଆଶା ଚାଇଲଡ ଲାଇନ ଚାରମାଳ ପକ୍ଷରୁ ରେଢାଖୋଲ ବ୍ଲକ କାର୍ଯ୍ୟାଳୟ ରାଜୀବ ସେବାକେନ୍ଦ୍ର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଶା ଚାଇଲଡ଼ ଲାଇନ ସମ୍ବଲପୁର ସଂଯୋଜକ ଯଦୁମଣି କୁମ୍ଭାର ଅତିଥି ପରିଚୟ କରି ସ୍ୱାଗତ ଭାଷଣ ଦେଇଥିଲେ।ଏହି ସଭାରେ ରେଢାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ,ବି. ଡି. ଓ ପରୀକ୍ଷିତ ସାହୁ,ସିଡିପିଓ ନାମଲେନ ଗୁଡ଼ିଆଏବଂ ବ୍ଲକ ଶିକ୍ଷା ବିଭାଗ, ଆଇ ସି ଡି ଏସ ସୁପରଭାଇଜର, ଅଙ୍ଗନବାଡି କର୍ମୀ,ମହିଳା ସଂଘ ସଦସ୍ୟା, ସାମାଜିକ ସଂଗଠନର ସଦସ୍ୟ ଇତ୍ୟାଦି ଉପସ୍ଥିତ ଥିଲେ।କୋଲାବ ଚାଇଲଡଲାଇନ ଟିମ ମେମ୍ବର ଜ୍ୟୋତିରାଣୀ ଶତପଥି,ରମେଶ ବେହେରା ଏବଂ ରେଢ଼ାଖୋଲ ଚାଇଲଡ ଲାଇନ ଟିମମେମ୍ବର ଜ୍ୟୋସ୍ନା ନାଏକ ପ୍ରମୁଖ ପରିଚାଳନା କରିଥିଲେ।ଉକ୍ତ ଆଲୋଚନା ଚକ୍ରରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି, ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଯଥା ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସ୍ପଷ୍ଟ ହୋଇଥିଲା।ତା ସହିତ ପୋକ୍ସସୋ ଆକ୍ଟ,ଜେଜେବି,ବାଲ୍ୟ ବିବାହ, ଶିଶୁ ବିକ୍ରି, ଶିଶୁ ଚାଲାଣ, ଶିଶୁ ଶ୍ରମିକ,ଶିଶୁ ନିର୍ଯ୍ୟାତନା ଏବଂ ତଥା ଶିଶୁ ଅଧିକାର ଯେମିତି ଠିକ ଭାବରେ ସମସ୍ତ ଲାଇନ ବିଭାଗ ତୁଲାଇବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଶେଷରେ ରେଢ଼ାଖୋଲ ଚାଇଲଡଲାଇନର ଟିମଲିଡର ସଞ୍ଜୟ ସାଗର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ।

Leave A Reply

Your email address will not be published.