ବଡ଼ବିଲରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

0

ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ମହାନ୍ତ ବସ୍ତି ସ୍ଥିତ ବିଜୁ ଜନତା ଦଳ ର କାର୍ଯ୍ୟାଳୟ ପରିସରରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଜେଡି କେନ୍ଦୁଝର ଜିଲ୍ଲା ସଭାପତି ମାଧବ ସର୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ଜିଲ୍ଲା ସଭାପତି ମାଧବ ସର୍ଦାର ଉପସ୍ଥିତ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ଉପକାରୀ ଯୋଜନା କିପରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ସଭାକୁ ଲକ୍ଷ୍ମଣ ମହାନ୍ତ (ଲାଲଟୁ) ପରିଚାଳନା କରିଥିବା ବେଳେ ବିଜେଡି ବଡ଼ବିଲ ଟାଉନ ସଭାପତି ଅନନ୍ତ ମହାକୁଡ଼, ବିଜୁ ଯୁବ  ଜନତା ଦଳର ସଭାପତି ପ୍ରଭୁଦତ୍ତ ପ୍ରଧାନ, ପୂର୍ବତନ ଜିଲ୍ଲା ଉପସଭାପତି କୁଶ ଆପଟ, ବଡ଼ବିଲ ଟାଉନ ବିଜେଡିର ପୂର୍ବତନ ସଭାପତି ପ୍ରଶାନ୍ତ ସାହୁ, ବିଜୟ ମହାନ୍ତି, ଦେବରଂଜନ ନାଏକ, ଲାବଣ୍ୟବତୀ ସାହୁ, ଶରତ ପଣ୍ଡା, ସବୀର ହୁସେନ, ଅମୀର ନୱାଜ, ସଂଜୀବ ପଲେଇ, ସୁନୀଲ ମହାନ୍ତ, ଲଛମନ ମହାନ୍ତ, ପ୍ରମୋଦ ଜଇଶ୍ୱାଲ ପ୍ରମୁଖ ଯୋଗ ଦେଇ ଅଭିଭାଷଣ ରଖିଥିଲେ।

Leave A Reply

Your email address will not be published.