ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଭଞ୍ଜନଗରରେ ଗଣଧାରଣା 

0

ଭଞ୍ଜନଗର ( ଏନ.କେ ବିଷୋୟୀ )- କର୍ପୋରେଟ ସ୍ବାର୍ଥରେ ତିନୋଟି କଳା କୃଷି ଆଇନ ଓ ନୂତନ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କୃଷକ ଓ ଖାଉଟିଙ୍କ ସର୍ବନାଶ ପାଇଁ ଉଦ୍ଦିଷ୍ଟ ଏବଂ ଭାଗଚାଷୀ, କ୍ଷେତମୂଳିଆ, ଆଦିବାସୀ ଓ ଦଳିତଙ୍କ ଜୀବନ ଓ ଜୀବିକାର ଅଶେଷ କ୍ଷତି ସାଧନ କରିବ । ଏହି କଳା ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟlହାର କରିବା ଦାବୀରେ ଦୀର୍ଘ ୧୯ ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ଜାଡ ଶୀତ କାକରରେ ଖୋଲା ଆକାଶ ତଳେ ଏକଛତ୍ରବାଦୀ ମୋଦି ସରକାରଙ୍କ କର୍ପୋରେଟ ସପକ୍ଷ ନୀତି ବିରୁଦ୍ଧରେ ସଂଘର୍ଷ ଚାଲିଛି । ୧୯ ଦିନ ମଧ୍ୟରେ ଦାବିକୁ ମାନିବା ବଦଳରେ ଆଲୋଚନାକୁ ଡାକି ସଂଶୋଧନ କଥା ରଖୁଛନ୍ତି ।  ସେଥିପାଇଁ ଭୁଆଁ ବୁଲା ମୋଦି ସରକାରଙ୍କ ବିରୁଦ୍ଧରେ ଆଜି ଦେଶବ୍ୟାପୀ ଉପବାସ ଧାରଣା ବସିଛନ୍ତି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ( A.I.K.S.C.C) ଆହ୍ବାନରେ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ଭଞ୍ଜନଗର  ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା  ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟାରେ ଚାଷୀ, ଭାଗଚାଷୀ, ଖେତମୂଳିଆ, ଆଦିବାସୀ ଓ ଦଳିତମାନେ ଯୋଗଦେଇଥିଲେ। ଏହି କୃଷକ ସଂଘର୍ଷକୁ ସମର୍ଥନ ପ୍ରଦାନ ପାଇଁ ଶ୍ରମିକ, ଯୁବକ, ଛାତ୍ର, ମହିଳା, ଆଇନଜୀବୀ, ବାମପନ୍ଥୀ, ସାମାଜିକ କର୍ମୀ ଏବଂ ବିଭିନ୍ନ ସଂଗଠନର କର୍ମି ଉପସ୍ଥିତ ଥିଲେ।ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ନେତା ଅଭିମନ୍ୟୁ ଗୈାଡ,ହରିକୃଷ୍ଣ ସାହୁ,ସାେମନାଥ ନାଇକ, AIKMS ସଂଘଠନର ପ୍ରତାପ ପ୍ରଧାନ,AIKKS ସଂଘଠନର ଟୁନା ମଲ୍ଲିକ, OKS ଏବଂAIKS ସଂଘଠନର ବାସୁଦେବ ଗୌଡ଼ ଓ  AIKMKS ସଂଘଠନର  ନିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.