ପୁଣି ଉଠିଲା ବେଲପାହାଡ଼ ମ୍ୟୁନିସିପାଲ ହସ୍ପିଟାଲ ପ୍ରତି ଅବହେଳା ପ୍ରସଙ୍ଗ: ଏଥର ବିଜେପି। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ପୁଣି ଉଠିଲା ବେଲପାହାଡ଼ ମ୍ୟୁନିସିପାଲ ହସ୍ପିଟାଲ ପ୍ରତି ଅବହେଳା ପ୍ରସଙ୍ଗ। ବେଲପାହାଡ଼ ପୌର ପରିଷଦ ଅଞ୍ଚଳ ତଥା  ନିକଟବର୍ତ୍ତୀ ଲଖନପୁର ବ୍ଲକର ଅନେକ ଗ୍ରାମର ଏକମାତ୍ର ନିର୍ଭରଶୀଳ ସ୍ବାସ୍ଥ୍ୟକେନ୍ଦ୍ର ହେଉଛି ଏହି ଡାକ୍ତରଖାନା। ମାତ୍ର ଏଠାରେ ଚିକିତ୍ସା ପାଇଁ ନା ଅଛି ଆଧୁନିକ ସୁବିଧା, ନା ଅଛନ୍ତି ନିୟମିତ ଡାକ୍ତର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀ । ଏପରିକି ଏଠାରେ ଷ୍ଟାଫ ମାନଙ୍କ ରହିବା ଯୋଗ୍ୟ କ୍ବାର୍ଟରର ଅଭାବ ଥିବାରୁ କୌଣସି କର୍ମଚାରୀ ଏଠାରେ ରହିବାକୁ ଚାହାଁନ୍ତି ନାହିଁ। 

ଗତ ୭ ତାରିଖରେ ବେଲପାହାଡ଼ ଟାଉନ କଂଗ୍ରେସ ଏହି ସବୁ ଅବହେଳାକୁ ନେଇ ମୂଖ୍ୟମନ୍ତ୍ରୀ ଗତ ସାଧାରଣ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଦେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲା। ଏବେ ଏହି ଦାବୀଗୁଡ଼ିକୁ ନେଇ ଓହ୍ଲାଇଛି ବେଲପାହାଡ଼ ବିଜେପି। ସ୍ଥାନୀୟ ବିଜେପି ନେତୃତ୍ବଙ୍କ କହିବା ଅନୁଯାୟୀ ଗତ ସାଧାରଣ ନିର୍ବାଚନରେ ମୂଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଦେଇଥିଲେ ଯେ ବେଲପାହାଡ଼ ମ୍ୟୁନିସିପାଲ ହସ୍ପିଟାଲକୁ ପଚାଶ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚସିରେ ପରିଣତ କରାଯିବ। ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ହୋଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହା ଅତ୍ୟନ୍ତ ଦୁଃଖର ବିଷୟ ଅଟେ। ବେଲପାହାଡ଼ର ଏହି ସ୍ବାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ଏଠାକାର ବିରୋଧୀ ରାଜନୈତିକ ଦଳମାନଙ୍କ ପାଇଁ ଏହା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଘେରିବା ପାଇଁ ଏକ ଖୋରାକ ଯୋଗାଇଥିବା ବେଳେ ଏପର୍ଯ୍ୟନ୍ତ  ଶାସକ ଦଳର ପ୍ରତିକ୍ରିୟା ଜଣା ପଡ଼ିନାହିଁ।

Leave A Reply

Your email address will not be published.