ନିଜର ବିବାହରେ ରକ୍ତ ଦାନ କରି ଉଦାହରଣ ସୃଷ୍ଟି କଲେ ନିଲେଶ

0

ବରଗଡ :-ମାରୱାଡି ଯୁବା ମଞ୍ଚ ର ରାଜ୍ୟ କନଭେନର ( ରକ୍ତଦାନ) ଶ୍ରୀ ନିଲେଶ କୁମାର ଅଗ୍ରୱାଲ ଙ୍କର ଆଜି ବାହାଘର। ନିଲେଶ ନିଜର ବିବାହ ବେଦୀକୁ ଯିବା ପୂର୍ବରୁ ବର ବେଶରେ ସଜ୍ଜିତ ହୋଇ ରକ୍ତଦାନ କରିବା ସହିତ ତାଙ୍କର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସୁଥିବା ଅତିଥି ମାନଙ୍କୁ ରକ୍ତଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ନିଲେଶ ବିଗତ ଅନେକ ବର୍ଷ ହେଲା କ୍ରମାଗତ ଭାବରେ ରକ୍ତଦାନ କରିବା ସହିତ ପାଇକମାଲ ଅଂଚଳରେ ଅନେକ ରକ୍ତଦାନ ଶିବିରର ଆୟୋଜନ କରେଇ ପ୍ରଶଂସିତ ହୋଇ ପାରିଛନ୍ତି । ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ଓ କୋରୋନା ମହାମାରୀ ସମୟରେ ଯୁବକ ମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ରକ୍ତଦାନର ଉପକାର ଓ ଆବଶ୍ୟକତା ବିଷୟରେ ବୁଝାଇ ଥାନ୍ତି । ଆଜି ନିଜର ବାହାଘର ଦିନ ମଧ୍ୟ ପ୍ରଥମେ ରକ୍ତଦାନ କରି ବିବାହ ମଣ୍ଡପକୁ ଯିବା ପାଇଁ ବିବାହ ସ୍ଥିର ହେଲା ଦିନରୁ ସ୍ଥିର କରିଥିଲେ ନିଲେଶ । ନିଲେଶ ଙ୍କର ଏହି ଉଦ୍ୟମ ନିଶ୍ଚିତ ଭାବରେ ଯୁବସମାଜକୁ ରକ୍ତଦାନ କରିବା ପାଇଁ ଆକୃଷ୍ଟ କରିବ ଏଥିରେ ସନ୍ଦେହ ନାହିଁ । ନିଲେଶ ଙ୍କୁ ଆମ ଶାସକ ପ୍ରଶାସକ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Leave A Reply

Your email address will not be published.