ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ପରୋଲୋକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣ ସାହି ନିବାସୀ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ପରୋଲୋକ ଘଟିଛି , ସେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହ ଉତ୍କଳ ହିତୈଷିଣୀ ସମାଜର ସଙ୍ଗୀତ ବିଦ୍ୟାଳୟ ରେ ସଙ୍ଗୀତ ଶିକ୍ଷା ଦେଉଥିଲେ, ତାଙ୍କ ଠାରୁ ଅନେକ କଳାକାର ସଙ୍ଗୀତ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ, ସେ ଅନେକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ , ନିଜସ୍ୱ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ବିୟୋଗ ରେ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୁରୁ ଗୌର ଚନ୍ଦ୍ର ପଣ୍ଡା , ଲେଖକ ନରସିଂହ ପଟ୍ଟନାୟକ, ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର , ଗୁରୁ କୈଳାସ ପଟ୍ଟନାୟକ, କ୍ରିଏଟିଭ୍ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ବିଚିତ୍ରା ନନ୍ଦ ବେବର୍ତ୍ତା , ହରିଦାସ ପାଣିଗ୍ରାହୀ, ମନୋଜ ପାଢ଼ୀ, ଆଦର୍ଶ ଦାସ, କୁନା ହଳଧର, ମାତାଙ୍ଗିନୀ ଗୁରୁ , ହେମନ୍ତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପାରଳା ମାଟି ଏକ ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ହରାଇଲା ବୋଲି କହିଛନ୍ତି।

Leave A Reply

Your email address will not be published.