“ସୁପରଷ୍ଟାର”ଙ୍କୁ ଟେଷ୍ଟ ଟିମରେ ସାମିଲ କରିବା ସପକ୍ଷରେ ସେନ 

0

ସିଡନୀ (ଏଜେନ୍ସି)  ସରିଲା ଏକ ଦିବସୀୟ ଓ ଟି-୨୦ ସିରିଜ | ଅଷ୍ଟ୍ରେଲିଆ ଏକ ଦିବସୀୟ ସିରିଜ ଜିତିଥିବା ବେଳେ ଭାରତ ଟି-୨୦ ସିରିଜ ବିଜୟୀ ହୋଇଛି | ଆଗକୁ ଅଛି ଗାଭାସ୍କର-ବର୍ଡ଼ର ଟେଷ୍ଟ ସିରିଜ | ବିଗତ ମ୍ୟାଚ ଗୁଡିକର ଫଳାଫଳ ଦେଖି ଏକ ଗୁରୁତ୍ୱପୂର୍ଣ ମତ ରଖିଛନ୍ତି  କିମ୍ବଦନ୍ତୀ ସ୍ପିନର ସେନ ୱାର୍ନ | ଭାରତୀୟ ଟେଷ୍ଟ ଟିମରେ ଆତ୍ମପ୍ରତ୍ୟୟରେ ପୁର୍ଣ ଲଢୁଆ ଖେଳାଳି  ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ୱାର୍ନ |  ତାଙ୍କ ସାଥୀ ଖେଳାଳିଙ୍କୁ ଶକ୍ତି ପ୍ରଦାନ କରିବାର ଅଦ୍ୱିତୀୟ ଦକ୍ଷତା ଭାରତର ଅଲରାଉଣ୍ଡର ପାଣ୍ଡ୍ୟାଙ୍କ ପାଖରେ ଥିବା ଯୋଗୁ  ତାଙ୍କୁ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେଉଠାଵ ବର୍ଡ଼ର -ଗାଭାସ୍କର ୭ ସିରିଜରେ ଭାରତୀୟ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି କହିଛନ୍ତି କିମ୍ବଦନ୍ତୀ ସ୍ପିନର |

ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରେ ଭାରତର ବ୍ୟାଟିଂ କ୍ରମରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସିଲଭର ଲାଇନିଙ୍ଗ ଭାବେ ବିବେଚିତ ହୋଇଥିଲେ। ସେ ଦିନିକିଆ ସିରିଜରେ  ତୃତୀୟ ସର୍ବାଧିକ ସ୍କୋରର ହୋଇଥିବା ବେଳେ ପାଣ୍ଡ୍ୟା ଟି-୨୦ରେ ପ୍ଲେୟାର ଅଫ୍ ଦି ସିରିଜ୍ ହେବାର ଗୌରବ ଅର୍ଜ୍ଜନ କରିଛନ୍ତି |  ଅଷ୍ଟ୍ରେଲିଆ ପରିସ୍ଥିତି ଆଉ ପରିବେଶରେ ନିଜକୁ ଖାପ ଖୁଆଇ ଓ ତାହାର ଫାଇଦା ଉଠାଇ ଧୂଆଁଧାର ବ୍ୟାଟିଂ କରିବା ପରେ ପାଣ୍ଡ୍ୟା ନିଜ ପରିବାର ସହିତ କିଛି ଗୁଣାତ୍ମକ ସମୟ ବିତାଇବାକୁ ଘରକୁ ଫେରିବାର ଅଛି | 

ଏହି ସମୟରେ କିମ୍ବଦନ୍ତୀ ସ୍ପିନର ସେନ ୱାର୍ନ ନିଜ ଟ୍ୱିଟର ହାଣ୍ଡଲରେ ପରାମର୍ଶ ଦେଇଛନ୍ତି ଯେ “ସାଥୀ ଖେଳାଳିଙ୍କୁ ଶକ୍ତି ପ୍ରଦାନ କରିବାର ଅଦ୍ୱିତୀୟ ଦକ୍ଷତା ପାଇଁ ଅଲରାଉଣ୍ଡର ପାଣ୍ଡ୍ୟାଙ୍କୁ ଭାରତର ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ କରାଯିବା ଉଚିତ।  କ୍ରିକେଟ ଖେଳ ହାର୍ଦ୍ଦିକଙ୍କ ପରି ‘ଚରିତ୍ର ଏବଂ ସୁପରଷ୍ଟାର’ ଆବଶ୍ୟକ କରୁଛି | ଆଗାମୀ ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡ଼ର-ଗାଭାସ୍କର ଟ୍ରଫି ପାଇଁ ଟେଷ୍ଟ ଦଳରେ ତାଙ୍କର ଅନ୍ତର୍ଭୂକ୍ତିକୁ ସମର୍ଥନ କରୁଛି।

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମହମ୍ମଦ କୈଫ ମଧ୍ୟ ହାର୍ଦ୍ଦିକଙ୍କୁ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ କରିବାକୁ ମତ ଦେଇଛନ୍ତି । ଏହାପୂର୍ବରୁ ରବିବାର ଦିନ କୈଫ  କହିଛନ୍ତି ଯେ ପାଣ୍ଡ୍ୟା ଅଷ୍ଟ୍ରେଲିଆରେ  ଦିନିକିଆରେ ୨୧୦  ରନ୍ ଏବଂ ଟି-ଟ୍ୱେଣ୍ଟିରେ ୭୮  ରନ୍ ସ୍କୋର କରିବା ପରେ ଆଗାମୀ ଟେଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଆରେ ତାଙ୍କୁ ସାମିଲ କରାଯିବ ଉଚିତ ବୋଲି କହିଥିଲେ | 

ସୂଚନାଯୋଗ୍ୟ ଯେ, ୧୭ ତାରିଖ ଦିନ ପ୍ରଥମ ଟେଷ୍ଟ ମ୍ୟାଚ ଦିବା ରାତ୍ରି ଖେଳ ହେବ | ପ୍ରଥମ ମ୍ୟାଚ ପରେ ଅଧିନାୟକ ବିରାଟ କୋହଲି ପ୍ୟାଟରନିଟି ଲିଭରେ ଘରକୁ ଫେରିବା ପାଇଁ ବିସିସିଆଇ ଅନୁମତି ଦେଇ ସାରିଛି | 

Leave A Reply

Your email address will not be published.