ଚିରନିଦ୍ରାରେ ରେଢାଖୋଲ ରାଜଉଆସର ଦାସୀ

0

( ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ଚିର ନିଦ୍ରାରେ ରେଢାଖୋଲ ରାଜ ଉଆସର ଦାସୀ ଶଙ୍କରା ବାଇ। ବୟସର ଅପରାହ୍ନରେ କେବଳ ଦୁଖ କଷ୍ଟରେ ଜୀବନ ବିତାଉଥିଲେ ଏହି ଶତାୟୁ ଦାସୀ। ଜୀବନର ଶେଷ ସମୟରେ ପର ଲୋକଙ୍କ ହାତ ଟେକାରେ ଜୀବନ ବିତାଇ, ଶେଷରେ ରାଜ ଉଆସରୁ ଶ୍ମଶାନରେ ପହଞ୍ଚିଥିଲେ ଶଙ୍କରା ବାଇ। ସାହି, ପଡୋଶୀ, କିଛି ହାତ ଗଣତି ଲୋକଙ୍କ ମଧ୍ୟରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ନିଜର ବୋଲି ଯେଉଁମାନେ ଥିଲେ ଶେଷ ଦର୍ଶନ ପାଇଁ ବି ପହଞ୍ଚି ପାରିନଥିଲେ।

ରେଢାଖୋଲ ରାଜପରିବାରର ଯଦୁମଣି ଦେଓଙ୍କ ତୃତୀୟ ପୁତ୍ର ରାଜକୁମାର ସତ୍ୟ ନାରାୟଣ ଦେବ ଗୁଜୁରାଟ ରାଜପରିବାର ରାଜକୁମାରୀ କନକ ଦେବୀଙ୍କୁ ବିବାହ କରିଥିଲେ। ସେ ସମୟରେ ପରମ୍ପରା ଅନୁଯାୟୀ ରାଜକୁମାରୀଙ୍କ ସେବା କରିବା ପାଇଁ ଦାସୀ ଭାବରେ ଶଙ୍କରା ବାଇ ରେଢାଖୋଲ ଚାଲି ଆସିଥିଲେ। ସେ ଦିନଠୁ ରାଜଉଆସର ସମସ୍ତ ଦାୟିତ୍ୱ ତାଙ୍କରି ଉପରି ନ୍ୟସ୍ତ ଥିଲା।

ରାଜତନ୍ତ୍ର ଚାଲିଗଲାପରେ ଅଲୋଡା ହୋଇଯାଇଥିଲେ। ପର ଘରେ ଆଶ୍ରୀତ ଥିଲେ ଶଙ୍କରା ବାଇ। ମୃତ୍ୟୁ ପୂର୍ବରୁ କହୁଥିଲେ ମୋର ଆଉ ନିଜର ବୋଲି କେହି ନାହିଁ। ଘର ଖଣ୍ଡେ,ଖାଇବାକୁ ମୁଠେ ହେଲେ ଖାଇପିଇ ମରିବି। ଶେଷ ସମୟରେ ନିଜ ଘରେ ଆଶ୍ରୟ ଦେଇଥିବାରୁ ସମସ୍ତ କର୍ମକାର୍ଯ୍ୟ କରିବି ବୋଲି ଆଶ୍ରୟ ଦେଇଥିବା ବ୍ୟକ୍ତି କହିଛନ୍ତି।

Leave A Reply

Your email address will not be published.