ଭୁବନେଶ୍ୱର: ପୋଲିସ କବଜାରେ ଦୁଇ ଜଣ କୁଖ୍ୟାତ ମୋବାଇଲ ଲୁଟେରା ପଡ଼ିଥିବା ସୂଚନା ମିଳିଛି। ଆଜି ଦୁଇ ଲୁଟେରାଙ୍କୁ ସହିଦ ନଗର ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୨ଟି ଚୋରି ମୋବାଇଲ୍ ଜବତ କରିଛି। ଛିନ୍ତାଇ କରି ଲୋକଙ୍କ ଠାରୁ ଲୁଟେରାମାନେ ମୋବାଇଲ୍ ଲୁଟୁଥିଲେ ବୋଲି ପୋଲିସ କହିଛି। ଗିରଫ ଦୁଇ ଜଣଙ୍କ ନାମ ସଞ୍ଜୟ ଗଡ଼ନାୟକ ଏବଂ ଲିପୁନ ସାହୁ ହୋଇଥିବାବେଳେ ଉଭୟଙ୍କ ଘର ଅନୁଗୁଳ ବୋଲି ଡିସିପି ସୂଚନା ଦେଇଛନ୍ତି। ରାଉରକେଲା ଯାଉଥିବା ବସରୁ ଏମାନେ ଲୁଟ୍ କରୁଥିଲେ। ପୂର୍ବରୁ ୮୨ ଜଣଙ୍କୁ ଏହି ଦୁଇଜଣ ଚୋରି ଫୋନ୍ ବିକ୍ରି କରିଛନ୍ତି। ଖୁବଶୀଘ୍ର ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ଏବଂ ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.