ହାର ମାନିଛି ଶାରୀରିକ ଭିନ୍ନକ୍ଷମତା। 

0

ହ୍ବିଲ ଚେୟାର ସହାୟତାରେ ବୁଲି ବୁଲି ଆତ୍ମନିର୍ଭରଶୀଳ ହେଲେ ସୁବାସ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଭାରି ସ୍ବାଭିମାନୀ ସେ। ଶାରୀରିକ ଅକ୍ଷମତା ସତ୍ତ୍ୱେ କାହା ଆଗରେ ହାତ ପତାଇ ନାହାଁନ୍ତି ବା ହାର ମାନି ନାହାଁନ୍ତି ସୁଭାଷ ଚନ୍ଦ୍ର ଝା। ଏକ ହ୍ବିଲ ଚେୟାରରେ ବସି ଗାଁକୁ ଗାଁ ବୁଲି ସେ ବିକୁଛନ୍ତି ବମ୍ବେ ଲଡ଼ୁ ଓ ପପକର୍ଣ୍ଣ।

ମୂଳତଃ ଉତ୍ତର ପ୍ରଦେଶର ଦରଭଙ୍ଗା ବାସିନ୍ଦା ସୁବାସ ଝା ନିଜ ଭାଇ ସହ ଝାରସୁଗୁଡ଼ାର ପୁରୁଣାବସ୍ତି ଅଞ୍ଚଳରେ ରହନ୍ତି। ବାପା ମାଆଙ୍କ ମୃତ୍ୟୁ ପରେ ସେ ଝାରସୁଗୁଡ଼ାକୁ ଚାଲି ଆସିଥିଲେ। ପିଲାଦିନରୁ ପୋଲିଓ ଆକ୍ରାନ୍ତ ହେବା ଯୋଗୁଁ ସେ ଶାରିରୀକ ଭାବରେ ଅକ୍ଷମ ହୋଇ ପଡ଼ିଥିଲେ। ମାତ୍ର ଶାରିରୀକ ଅକ୍ଷମତା ତାଙ୍କୁ ନିର୍ଭରଶୀଳ କରିପାରି ନାହିଁ। ବରଂ ପ୍ରତ୍ୟେକ ଦିନ ହ୍ବିଲ ଚେୟାର ଦ୍ବାରା ୨୦ ରୁ ୨୫ କିଲୋମିଟର ବୁଲି ବୁଲି ସେ ବମ୍ବେ ଲଡ଼ୁ ଓ ପପକର୍ଣ୍ଣ ବିକି ରୋଜଗାର କରୁଛନ୍ତି। ସ୍ବଳ୍ପ ହେଲେ ମଧ୍ୟ ନିଜର ପେଟ ପୋଷିବା ପାଇଁ ସେ କାହା ଉପରେ ନିର୍ଭର ନୁହଁନ୍ତି। 

ମୂଳ ବାସିନ୍ଦା ହୋଇ ନ ଥିବାରୁ ତାଙ୍କର ଆଧାର କାର୍ଡ଼ କିମ୍ବା ଭୋଟର ପରିଚୟ ପତ୍ର ହୋଇ ପାରୁନାହିଁ। ତେଣୁ କୌଣସି ସରକାରୀ ସୁବିଧା ମଧ୍ୟ ପାଇବାରୁ ସେ ବଞ୍ଚିତ। ତେବେ ସରକାରୀ ସହାୟତା ପାଇଲେ ତାଙ୍କର ଅନେକ ଉପକାର ହୋଇପାରନ୍ତା ବୋଲି ସୁବାସ କହନ୍ତି।  

Leave A Reply

Your email address will not be published.