ବାବାସାହେବଙ୍କ ପରିନିର୍ବାଣ ଦିବସ ପାଳିତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ଆଜି ସାରା ଦେଶରେ ପାଳିତ ହେଉଛି। ଏହି ଉପଲକ୍ଷେ ଦେଶର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବାବାସାହେବଙ୍କ ପରିନିର୍ବାଣ ଦିବସ ସ୍ମୃତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

ଓଡ଼ିଶା ପ୍ରଗତି ଦଳ ଝାରସୁଗୁଡ଼ା ଶାଖା ପକ୍ଷରୁ ସୁନାରୀମୁଣ୍ଡାଠାରେ ମଧ୍ୟ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏଠାରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ବାବା ସାହେବଙ୍କ ନୀତି ଓ ଆଦର୍ଶ ବିଷୟରେ ସମ୍ୟକ୍ ଆଲୋଚନା କରାଯାଇଥିଲା । କୋଭିଡ ନିୟମାବଳୀର ପାଳନ ପୂର୍ବକ ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ପ୍ରଗତି ଦଳର ଜିଲ୍ଲା ସଭାପତି ଶ୍ରୀ ସଞ୍ଜୟ କୁମାର ସାହୁ, ସାଧାରଣ ସମ୍ପାଦକ ଶ୍ରୀ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା, ଅଜୟ ବାରିକ , ପରିବେଶ ସୁରକ୍ଷା ମଞ୍ଚର ସତ୍ୟନାରାୟଣ ରାଓ, ରବି ଚତୁର, ଭଗତ ସାହୁ, ରତନ ଶ୍ରୀବାସ୍ତବ, ସତିଶ ନର୍ଲା, ରଜତ ରୋହିଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.