ଭଞ୍ଜନଗର ( ନିଲୁ ବିଷୋୟୀ ) : ଭଞ୍ଜନଗର ଥାନା ଅଧିନ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବାଣତୁମ୍ଭ ଗ୍ରାମ ମୁଖ୍ୟ ସଡକ ଉପରେ ଆଜି ମଧ୍ୟାହ୍ନ ରେ ଏକ ବାଇକ ସହ ଟ୍ରକ ଧକ୍କା ହେବା ଫଳରେ ବାଇକ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ତାମନାଡ଼ ଗ୍ରାମର ମାଧବ ନାୟକ । ମିଳିଥିବା ସୂଚନା ଅନୁଯାୟୀ ମାଧବ କୌଣସି କାମ ରେ ତନରଡା ଗ୍ରାମକୁ ଆସି ଫେରୁଥିବା ବେଳେ ବାଣତୁମ୍ଭ ଗ୍ରାମ ମୁଖ୍ୟ ସଡକ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ସଙ୍ଗେ ସଙ୍ଗେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଉକ୍ତ ଟ୍ରକଟିର ଫିଛା କରି ନୂଆଗାଁ ବ୍ରିଜ ଉପରେ ଅଟକାଇବା ସହ ଟ୍ରକ ଟିକୁ ଜବତ କରି ଡ୍ରାଇଭର କୁ ଅଟକ ରଖି ଥିବା ଜଣାପଡିଛି। ଗୁରୁତର ଆହତ ମାଧବ ଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି |
Sign in
Sign in
Recover your password.
A password will be e-mailed to you.
Prev Post