ଆସନ୍ତୁ…ଏଥର  ଭର୍ଚୁଆଲ୍ ଟୁରରେ ଦେଖିବା ଦିଦାୟୀ ଓ ମହାଲି ଜନଜାତିଙ୍କ ଦୁନିଆ 

0

ଭୁବନେଶ୍ୱର,(ଶାସକ ପ୍ରଶାସକ) : କୋଭିଡ୍ ପରିପ୍ରେକ୍ଷୀରେ ଏସସିଏସଟିଆର୍ଟିଆଇ ଠାରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛିା ତେଣୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଭର୍ଚୁଆଲ୍ ଟୁରର  ବ୍ୟବସ୍ଥା କରାଯାଇଛିା ଦର୍ଶକମାନେ ଟୁଇଟର ଓ ଫେସବୁକ ପେଜ୍ @scstrti, @stscdev ଖୋଲି ଡିସେମ୍ବର ୬ ତାରିଖ ଦିନ ଦିଦାୟୀ ଓ ମହାଲି ଜନଜାତିଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସସିଏସଟିଆର୍ଟିଆଇ ର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତିା

ଓଡ଼ିଶାର ଦକ୍ଷିଣାଞ୍ଚଳର ମାଲକାନଗିରି ଜିଲ୍ଲାରେ ଦିଦାୟୀ ଜନଜାତି ସଂପ୍ରଦାୟର ଲୋକମାନେ ବସବାସ କରିଥା’ନ୍ତିା ସବୁଜ ବନାନୀ ମଧ୍ୟରେ ପର୍ବତାଞ୍ଚଳରେ ଦିଦାୟୀମାନେ ବାଉଁଶରେ ବିଭିନ୍ନ ସାମଗ୍ରୀ, ହସ୍ତତନ୍ତ ବସ୍ତ୍ର ବୁଣିବା, ତୀରଚାଳନା, ଝାଡ଼ୁ ତିଆରି କରିଥା’ନ୍ତିା ଦିଦାୟୀମାନେ ପୃଥିବୀ ମାତାଙ୍କ ସହିତ ବହୁ ଦେବଦେବୀଙ୍କୁ ଯଥା: ବୁରୋ ଭାଇରୋ ଓ ନାନାଗିରି, ବାନଗୁର ଓ ରାସକୁରୁକ୍, ଗୋଆ ଓ ସେନ୍ଡିଆ, ରାଉ ଓ ଅକସିଆ, ଗୋଣ୍ଡ ଓ ସୁନି, ଥାକରନ ଓ ବୁରିମାତା, ଜୈନିମାତା ଓ ରେକାପାଇଡୁ ଓ ବୋକ ଓ ପା ଆଦିଙ୍କୁ ପୂଜା କରିଥା’ନ୍ତିା ଏହି ଜନଜାତି ସଂପ୍ରଦାୟ ଲେଣ୍ଡି ପାଣ୍ଡେ, ଘିଆ ପାଣ୍ଡେ, ଶିବୋ ଲୋୟେ ହିଆ, ଜୁଗୁଲୁବାର ହିଆ, ସିଆନ୍ଜେଇ ହିଆ, ଦିଆସେଇ ହିଆ, ଗୋସେନ୍ଦିଆ ହିଆ, ସିଙ୍ଗୁଟି ହିଆ, ରାସକୁରୁ ହିଆ, ଦୋସରା ହିଆ, ରୋଡ଼ିଆ ହିଆ, ଓସାରେକ ପାଣ୍ଡେ ଆଦି ପର୍ବପର୍ବାଣୀ ପାଳନ କରିଥାନ୍ତିା

ଏତଦ୍ବ୍ୟତୀତ ରବିବାର ଦିନ ଦର୍ଶକମାନେ ଅନ୍ୟ ଏକ ଭିଡ଼ିଓ ଯୋଗେ ମହାଲି ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବୋ ମହାଲି ଜନଜାତି ସଂପ୍ରଦାୟ ସାଧାରଣତଃ ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର ଜିଲ୍ଲାରେ ବସବାସ କରିଥାନ୍ତିା ସେମାନଙ୍କର ମୁଖ୍ୟ ପେଶା ହେଉଛି ପାଲିଙ୍କି ଧରିବା, ବାଉଁଶରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି, ଶ୍ରମଜୀବୀା ସେମାନଙ୍କର ମୁଖ୍ୟ ପର୍ବ ହେଉଛି “ବାହା’, “ଶରାଇ’, “ମା-ମାନେ’ ଇତ୍ୟାଦିା ମହାଲି ଜନଜାତି ମୁଖ୍ୟତଃ ବାଉଁଶରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ଥାନୀୟ ମାର୍କେଟରେ ବିକ୍ରୟ କରିଥା’ନ୍ତିା ସେମାନଙ୍କ ମଧ୍ୟରୁ କେତେକ କୃଷି କାର୍ଯ୍ୟ କରିଥା’ନ୍ତିା ସେମାନେ ବିବିଧ ପାରମ୍ପରିକ ଜନଜାତି ଗୋଷ୍ଠୀ ରହୁଥିବା ଗ୍ରାମରେ ବସବାସ କରିଥା’ନ୍ତିା ଗୋଶାଳା ସହିତ ଦୁଇରୁ ତିନି ବଖରାବିଶିଷ୍ଟ ଘରେ ରହିଥା’ନ୍ତିା ଘରଗୁଡ଼ିକ ମାଟିରେ ତିଆରି ଓ ଛାତ ଛପର କିମ୍ବା ଟାଇଲ  ହୋଇଥାଏା ସାନ୍ତାଳ ଜନ ଜାତିଙ୍କ ଭଳି ମହାଲିମାନେ ମାରାଙ୍ଗ ବୁରୁ, ବଣକୁଆଁରି, ମନରେଇକୋ ଟୁରେଇକୋ, ବାବାଜୀ, ବଡ଼ଚଣ୍ଡୀ ଓ ରଙ୍ଗଚଣ୍ଡୀଙ୍କୁ ପୂଜା କରିଥା’ନ୍ତିା ଭିନ୍ନ ସ୍ୱଭାବବିଶିଷ୍ଟ ଏହି ଜନଜାତି ସଂପ୍ରଦାୟ ପାଞ୍ଚଟି ବିଭାଗ ଯଥା-ବାନ୍ସଫୋର  (ବାଉଁଶ କାରିଗର), ପତର ( ବାସ୍କେଟ ପ୍ରସ୍ତୁତକାରୀ), ସୁଲୁଙ୍କ (କୃଷି ଓ ଶ୍ରମଜୀବୀ), ତନ୍ତି (ପାଲିଙ୍କି ଉଠାଇବା) ଓ ମହାଲି ମୁଣ୍ଡା (ମୁଣ୍ଡା ଜନଜାତିଙ୍କ ଉପଗୋଷ୍ଠୀ) |

ମହାଲି, ସାନ୍ତାଳ ଓ ମୁଣ୍ଡା ଜନଜାତିଙ୍କ ମଧ୍ୟରେ ଏକ ସାଂସ୍କୃତିକ ସମାନତା ରହିଛିା ନୟା, ମାଝୀ ଓ ଗାଡ଼ିଏଟ୍ ଆଦିଙ୍କୁ ନେଇ ମହାଲି ଗ୍ରାମ କାଉନ୍ସିଲ୍ ଗଠିତ ହୋଇଥାଏ ଏବଂ ଏହି କାଉନ୍ସିଲ୍ ଗ୍ରାମବିବାଦର ସମାଧାନ  କରିଥାଏା ପ୍ରତ୍ୟେକ ପର୍ବପର୍ବାଣିରେ ମହାଲି ଜନଜାତିର ଲୋକମାନେ ଗୀତ ଓ ନୃତ୍ୟ ପରିବେଷଣ କରିବା ପାଇଁ ଭଲ ପାଆନ୍ତିା 

Leave A Reply

Your email address will not be published.