ଠକାମିର ଶିକାର ହେବାରୁ ବଞ୍ଚିଗଲେ ଚାଷୀ, ଦୀପାଙ୍କ ତତ୍ପରତା ଯୋଗୁଁ ଗାଁ ଛାଡି ଠକ ଛୁ

0

ଷ୍ଟେଟ ବ୍ୟାଙ୍କରେ ଡ୍ରାଫ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ

ବରଗଡ଼ :  ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ,ପଦ୍ମପୁର ଏବଂ ଝାରବନ୍ଧ ବ୍ଲକର ଚାଷୀମାନେ ଡିପ ବୋରୱେଲ ଖୋଲିବା ପାଇଁ ବାରମ୍ବାର ଶୋଷଣର ଶିକାର ହେଉଥିବା ଦେଖାଯାଇଛି.ଅନ୍ୟ ବର୍ଷ ଭଳି ଏବର୍ଷ ମଧ୍ୟ ୟୁନିୟନ ବ୍ୟାଙ୍କରେ  ଆକାଉଣ୍ଟ ଖୋଲିବା ପାଇଁ ଚାଷୀମାନେ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି ଏଭଳିକି ଅନେକ ଲୋକେ କେବଳ ଶୁନ୍ୟ ବ୍ୟଲେନ୍ସ ଥିବା ସଞ୍ଚୟ ଖାତା ଖୋଲିବା ନିମନ୍ତେ ଦଲାଲ ହାବୁଡ଼ରେ ପଡି ହଜାର ହଜାର ଟଙ୍କା ଖର୍ଚ୍ଚ କରିବାର ନଜିର ମଧ୍ୟ ରହିଛି. କିନ୍ତୁ ଏବର୍ଷ ଦଲାଲ ମାନେ ଅଭିନବ ଉପାୟରେ ଠକିବା ଆରମ୍ଭ କରିଛନ୍ତି, ସେମାନେ ଚାରିଚାକିଆ ଗାଡ଼ିମାନଙ୍କରେ ଗାଁ ଗାଁ  ଯାଇ ଆକାଉଣ୍ଟ ଖୋଲେଇଦେବା ପାଇଁ ଲୋକଙ୍କ ଠାରୁ ଟଙ୍କା ନେଉଛନ୍ତି .ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମରେ ଯେଉଁଠାରେ ତାଲପଦର ବ୍ୟାଙ୍କରୁ ଆସିଛୁ କହି ଜଣପ୍ରତି ୫୦୦ ଟଙ୍କା ଆକାଉଣ୍ଟ ଖୋଲେଇଦେବା ବାହାନାରେ ହଡ଼ପ କରୁଥିବା ଜାଣିବାକୁ ପାଇ ସ୍ଥାନୀୟ ଯୁବ ସ୍ବେଚ୍ଛାସେବୀ ଦୀପା ବାରିକ ସେମାନଙ୍କ ପରିଚୟ ମାଗିବା ସହ କାହିଁକି ଟଙ୍କା ନେଉଛ ବୋଲି ପଚାରିଥିଲେ. ସେମାନଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ୟୁନିୟନ ବ୍ୟାଙ୍କ କ୍ଷେତ୍ର ପରିଚାଳକ ସମ୍ବଲପୁର କୁ ଫୋନ କରି ଜାଣିବାକୁ ପାଇଲେ ଯେ ସେମାନେ ନେଉଥିବା ୫୦୦ ଟଙ୍କା ନିୟମ ବାହାରେ ତେଣୁ ତାଗିଦ କରିବା ଯୋଗୁଁ ତାଙ୍କ ଗାଁ ଛାଡ଼ି ଚାଲିଯାଇଥିଲେ.ଏହାଦ୍ୱାରା ଅନେକ ନିରୀହ ଚାଷୀଙ୍କ କଷ୍ଟୋପାର୍ଜିତ ଟଙ୍କା ବଂଚିଯାଇଥିବା ଯୋଗୁଁ ଗ୍ରାମବାସୀ ଦୀପାଙ୍କ ଏହି ସାହସିକ କାର୍ଯ୍ୟ ଯୋଗୁଁ ଆଶୀର୍ବାଦ କରିଥିଲେ. ଅପରପକ୍ଷରେ ୟୁନିୟନ ବ୍ୟାଙ୍କର ଶାଖା କମ ଥିବାରୁ ପଦ୍ମପୁର ଉପଖଣ୍ଡ ର ଚାଷୀମାନେ ଖାସ କରି ପାଇକମାଲ,ପଦ୍ମପୁର ଏବଂ ଝାରବନ୍ଧର ଚାଷୀମାନେ  ବାରମ୍ବାର ଏଭଳି ଠକାମିର ଶିକାର ହେଉଥିବାରୁ ୟୁନିୟନ ବ୍ୟାଙ୍କ ବଦଳରେ ଷ୍ଟେଟ ବ୍ୟାଙ୍କର ଶାଖାରେ ଡ୍ରାଫ୍ଟ କରିବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ଅଂଚଳର ଚାଷୀମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି

Leave A Reply

Your email address will not be published.