ମାଣିତରାରେ ବିଶ୍ଵ ଏଡସ୍ ଦିବସ ପାଳିତ

0

ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ଏଡସ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି।ଏଥିରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ଯୋଗଦେଇ ଏଡସ୍ ହେବାର କାରଣ ଓ ପ୍ରତିକାର ବିଷୟରେ ବକ୍ତବ୍ୟ ରଖିବା ସହ ସର୍ବଦା ସଚେତନତା ରହିଲେ ଏଡସ୍ ସଂକ୍ରମଣରୁ ରକ୍ଷା ପାଇ ପାରିବା ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ରେଡ଼କ୍ରସର ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ, ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼, ଅଧ୍ୟାପକ ଡ଼ଃ ପ୍ରିୟବ୍ରତ ପ୍ରଧାନ, ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର, ଟେକିନିସିଆନ କାଳୀ ପ୍ରସାଦ ସାହୁ, ନରୋତ୍ତମ ଗୌଡ଼, କର୍ମଚାରୀ ବୃନ୍ଦ,ଓ ସ୍ବେଛାସେବୀମାନେ ଅଂଶ ଗ୍ରହଣ କରିଥିଲେ।ସେବାବ୍ରତୀ ମାନଙ୍କ ମଧ୍ୟରୁ ଶୁଭଶ୍ରୀ ଗୌଡ଼ ଓ ଅଲେଖ ବାରିକ ଏଡସ୍ ସମ୍ପର୍କରେ ନିଜର ମତ ରଖିଥିଲେ।

Leave A Reply

Your email address will not be published.