ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଜିଲ୍ଲାରେ ଚାଷୀମାନଙ୍କ ନିକଟରୁ ଧାନ କିଣିବା ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି। ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଥିବା ମଣ୍ଡିକୁ ଜିଲାପାଳ ଓ୍ବାଇ ବିଜୟ ଉଦ୍ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ରାମେଶ୍ୱର ପ୍ରଧାନ, ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାୟକ, ମାଲକାନଗିରି ଲ୍ୟାମ୍ପ ପରିଚାଳକ ଅଭିମନ୍ୟୁ ନାୟକ, ବିଭିନ୍ନ ଅଞ୍ଚଳର ଚାଷୀ ଏବଂ ମିଲ ମାଲିକ ମାନେ ଉପସ୍ଥିତ ଥିଲ।ଏହା ବ୍ୟତୀତ ଆଜି ଦିନରେ ତାର୍ଲାକୋଟା, କୁଡୁମୁଲୁଗୁମ୍ମା, ସାଲିମି, ଏମ୍ଭି ୭୨, ଏମ୍ପିଭି ୮୧, ଖଡିମାଟି, ପଡିଆ, ମେକ୍କା, କାଲଦାପାଲ୍ଲୀ, ପୋଟେରୁ, ପୁୁରୁଣା ଚିମଟାପାଲ୍ଲୀ, ରାସବେଡା, ଡୁଡାମେଟା ଓ ତଣ୍ଡାପାଲ୍ଲୀ ଠାରେ ଧାନମଣ୍ଡିର ଶୁଭାରମ୍ଭ ହୋଇଛି।
Sign in
Sign in
Recover your password.
A password will be e-mailed to you.