ସ୍ୱାମୀ ସୋମବେଶ ଜୀଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳନ ସମେତ କାର୍ତ୍ତିକ ପୂର୍ଣ୍ଣମୀ ଯଜ୍ଞହୋମ

0

ପଦ୍ମପୁର- ଐତିହାସିକ କିମ୍ବଦନ୍ତୀ ପବିତ୍ର ନୃସିଂହନାଥ ପୀଠ ସ୍ଥିତ କପିଳମୁନୀ ଆଶ୍ରମ ଠାରେ ସ୍ୱାମୀ ସୋମବେଶ ଜୀ ଙ୍କ ୭୫ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ ସମେତ କାର୍ତ୍ତିକ ପୂର୍ଣ୍ଣମୀ ଯଜ୍ଞହୋମ ସହ ସତସଙ୍ଗ ର ଆୟୋଜନ କରାଯାଇଥିଲା lଯଜ୍ଞ ପରିଚାଳନା କରିଥିଲେ ପଣ୍ଡିତ ପ୍ରିୟବ୍ରତ ଆର୍ଯ୍ୟ ଓ ଅଂଶ୍ରମ ର ଅଧିଷ୍ଠାତ୍ର ଶ୍ରୀଯୁକ୍ତ ନବୀନ କୁମାର ସାହୁ ଯଜ୍ଞରେ ଯଜମାନ ହୋଇଥିଲେ l ନୂଆପଡା ଜିଲ୍ଲାର କୁଲିହାବନ୍ଧା ଗ୍ରାମ ର ହିରାଲାଲ ପଟେଲ ଓ ତାଙ୍କ ଧର୍ମପତ୍ନୀ ଏବଂ କହ୍ନେଇଲାଲ ତିୱlରୀ ସହ ତାଙ୍କ ଧର୍ମପତ୍ନୀ ପ୍ରେମଶିଳା ତିୱlରୀ ଜନ୍ମୋତ୍ସବ କୁ ପରିଚାଳନା କରିଥିଲେ lଆଶ୍ରମ ସମ୍ପାଦକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ବାରିକ ଆଶ୍ରମ ର ଉନ୍ନତି କରଣ ଓ ଆଗାମୀ ଦିନରେ ଗନ୍ଧମାର୍ଦ୍ଦନ ପର୍ବତ ର ସ୍ଥାୟୀ ସୁରକ୍ଷା ଉପରେ ବିଶଦ ଆଲୋଚନା କରି ଦିଗଦର୍ଶକ ମାନ ଦେଇଥିଲେ lପାଇକମାଳ ଗ୍ରାମ ପଞ୍ଚାୟତ ସରପଂଚ ଶ୍ରୀଯୁକ୍ତ ଧବଳେଶ୍ଵର ସାହୁ, ଆଶ୍ରମର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଡାଇମନ ଭୋଇ, ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ, ଅଶ୍ୱିନୀ ସାହୁ, ଶ୍ରୀଯୁକ୍ତ ଘନଶ୍ୟାମ ସାହୁ, ଶ୍ରୀଯୁକ୍ତ ବିଭୂତି ମୁଣ୍ଡ,ମୋହନ ଜଗତ, କାର୍ଯ୍ୟାଳୟ ସମ୍ପାଦକ ସର୍ବଶ୍ରୀ ରଘୁନାଥ ପ୍ରଧାନ,ବିକ୍ରମ ସରାଫ (ଆଶ୍ରମ ପ୍ରଚାରକ) ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ lବିଭିନ୍ନ ସ୍ଥାନ ରୁ ଭକ୍ତ ମାନେ ଆସି ଗନ୍ଧମାର୍ଦ୍ଦନ ର ସୁରକ୍ଷା ପାଇଁ ଦୃଢ଼ତାର ସହ ଶପଥ ପାଠ କରିଥିଲେ lଗନ୍ଧମାର୍ଦ୍ଦନ ର ସୁରକ୍ଷା ର ପ୍ରହରୀ ଏବଂ ସୈନିକ ଭାବେ ନିଜକୁ ଜାଗ୍ରତ ରହିବା ସକାଶେ ସଂକଳ୍ପ ନିଆଯାଇଥିଲା ।

Leave A Reply

Your email address will not be published.